Pratidin TV

Odisha's Digital News Platform

ପହଞ୍ଚିନି ପ୍ରଶାସନ ; ୨ ଦିନରୁ ଜଳ ଘେରିରେ ୨୦ ପରିବାର ଲୋକ

ବାଲେଶ୍ୱର : ଗତ ଦୁଇଦିନ ଧରି ଲଗାଣ ବର୍ଷାରେ ୨୦, ପରିବାର ଲୋକମାନେ ଜଳ ବନ୍ଦୀ ରେ ରହିଥିବାବେଳେ, ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଏପର୍ଯ୍ୟନ୍ତ ନିଆ ଯାଇନାହିଁ । ଅଣ୍ଟାଏ ପାଣିରେ ପଶି ଜୀବନ ବିକଳେ ନିଜ ଘରୁ ଜିନିଷ କାଢି ରାସ୍ତା ଉପରେ ଜଗିବସିଛନ୍ତି । କେତେବେଳେ ଯେ ସେଇ ଘର ଗୁଡିକ ପାଣିରେ ଭାସିଯିବ ତାର କୌଣସି ସ୍ଥାୟିତ୍ୱ ନାହିଁ । ଏଭଳି ଅଭାବନୀୟ ଘଟଣା ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଳକ ର ବାହାନଗା ପଞ୍ଚାୟତ ର ବଗଲପୁର ଆଦିବାସୀ ସାହୀରୁ ସାମ୍ନାକୁ ଆସିଛି । ଉକ୍ତ ଉକ୍ତ ସାହିରେ ପାଖ ପାଖି ୨୦ ଘର ପରିବାରର ୧୦୦ ରୁ ଉର୍ଦ୍ଧ ଲୋକ ଗତ ୨ ଦିନ ହେବ ଜଳଘେରରେ ଜୀବନ କାଟୁଛନ୍ତି । ଘର କାନ୍ଥ ଫାଟି ଆଁ କରିଥିବା ବେଳେ ଘର ଭିତରେ ଅଣ୍ଟାଏ ଉପରୁକୁ ପାଣି ।

ଏଭଳି ସ୍ଥିତିରେ ଲୋକମାନେ ଜୀବନ ବିକଳରେ ରାସ୍ତା ଉପରେ ଵସିବା ସହିତ ରାସ୍ତାକଟ ଘର କରି ଛୁଆ, ବୁଢ଼ା ଲୋକମାନଙ୍କୁ ଧରି ରହିଛନ୍ତି । ଉପରେ ବର୍ଷାକୁ ତଳେ ପାଣି ଏବଳି ସ୍ଥିତିରେ ଧାନ, ଚାଉଳ, ଲୁଗାପଟା, ସମସ୍ତ ଜିନିଷ ପତ୍ର ନଷ୍ଟ ସୋଇଯାଇଛି । ଅନ୍ୟପଟେ ପଣପଣା ପଞ୍ଚାୟତର ଗୁଣୁଦା ଗ୍ରାମର ଜଳ ନିଷ୍କାସନ ନହେଵାରୁ ଗ୍ରାମ ଭିତରକୁ ପାଣି ମାଡି ଯିବାଆସିବାରୁ ଗ୍ରାମବାସୀ ମାନେ ଶହ ଶହ ସଂଖ୍ୟାରେ ଆସି ୧୬, ନମ୍ବର ଜାତୀୟ ରାଜପଥର ଅବରୋଧ କରିଥିଲେ ।

ଖବର ପାଇ ଖନ୍ତାପଡା ଥାନା ଅଧିକାରୀ,ବିମଳ କୁମାର ନାୟକ, ବାହାନଗା ତହସିଲ ଦାର, ହିମାଂଶୁ ଶେଖର ଗିରି ଘଟଣା ସ୍ଥଳରେ ପହଞ୍ଚି ବା ସହିତ ଲୋକମାନଙ୍କୁ ବୁଝାଇ ରାସ୍ତା ରୁ ହଟାଇବା ସହିତ ଜଳ ନିଷ୍କାସନ କରିବାର ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ବର୍ତ୍ତମାନ ସୁଦ୍ଧା ମଧ୍ୟ କାହାରି ଦେଖାନାହିଁ । ଏନେଇ ଗ୍ରାମବାସୀ ମାନେ ରାସ୍ତା ଅବରୋଧ କରି ରାଜପଥ ଉପରେ ପଲାଟାଣି ବସିରହିଛନ୍ତି ।

Leave a Reply

Your email address will not be published. Required fields are marked *