Pratidin TV

Odisha's Digital News Platform

ଗୁଜୁରାଟରେ ବନ୍ୟା ବିତ୍ପତି; ଜଳମଗ୍ନ ବହୁ ଅଞ୍ଚଳ, ବିପର୍ଯ୍ୟୟ ନେଲଣି ୮ ଜୀବନ

1 min read

ଗୁଜୁରାଟରେ ଲଗାଣ ବର୍ଷା | ରାଜ୍ୟରେ ବନ୍ୟା ବିତ୍ପତି ଜାରି | ପାଣି ଘେରରେ ରାଜ୍ୟର ଅଧିକାଂଶ ଅଞ୍ଚଳ | ରାସ୍ତାଘାଟ, ଘରଦ୍ୱାର ପାଣିରେ ବୁଡ଼ିଯାଇଛି | ବୁଧବାର ପ୍ରବଳ ବର୍ଷା ଯୋଗୁ ଏଠାକାର ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇଛି। ଏହି କାରଣରୁ ରାଜ୍ୟର ଅନେକ ସ୍ଥାନ ଜଳମଗ୍ନ ହୋଇ ଅନେକ ଗାଁ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି |

ଲଗାଣ ବର୍ଷା ଏବଂ ବନ୍ୟା ଯୋଗୁଁ ଅତି କମରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮00ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି | ଅତ୍ୟଧିକ ବର୍ଷା ଯୋଗୁଁ କେତେକ ସ୍ଥାନରେ ସ୍କୁଲ ଏବଂ କଲେଜ ଛୁଟି ଘୋଷଣା କରାଯାଇଛି |

ସକାଳୁ ଭଦୋଦରା, ସୁରଟ, ଭରୁଚ ଏବଂ ଆନନ୍ଦ ଜିଲ୍ଲାରେ ପ୍ରବଳ ବର୍ଷା ହେତୁ ସାଧାରଣ ଜୀବନ ବ୍ୟାହତ ହୋଇଛି। ବର୍ଷା ଓ ବନ୍ୟା ଯୋଗୁ ଫଶି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଏସ୍‌ଡିଆର୍‌ଏଫ୍‌ର ୨୦ଟି ଟିମ୍‌ ଓ ଏନ୍‌ଡିଆର୍‌ଏଫ୍‌ର ୧୦ଟି ଟିମ୍‌ ନିୟୋଜିତ କରାଯାଇଛି। ଲଗାତର ବର୍ଷା ଯୋଗୁ ଗୁଜରାଟର ସବୁଠୁ ବଡ଼ ଡ୍ୟାମ୍‌ ସର୍ଦ୍ଦାର ସରୋବର ଡ୍ୟାମ୍‌ ୫୪ ପ୍ରତିଶତ ପୂର୍ଣ୍ଣ ହୋଇଛି। ରାଜ୍ୟ ଜରୁରୀକାଳୀନ ଅପରେସନ୍ ସେଣ୍ଟର (SEOC) ତଥ୍ୟ ଅନୁଯାୟୀ ଆନନ୍ଦ ଜିଲ୍ଲାର ବୋରସଡ ତାଲୁକାରେ ୧୨ ଘଣ୍ଟା ମଧ୍ୟରେ ୩୫୪ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି।

Leave a Reply

Your email address will not be published. Required fields are marked *