ବୃଦ୍ଧି ପାଉଛି ଗୋଦାବରୀର ଜଳ : ଏପଟେ ଜଳବନ୍ଦିରେ ମାଲକାନାଗିରି ମୋଟୁର ୬ ଟି ଗାଁ
1 min readଭୁବନେଶ୍ୱର : ଗୋଦାବରୀର ଜଳ ସ୍ତର ବୃଦ୍ଧି ଯୋଗୁଁ ସିଲେରୀ ଓ ସାବେରୀ ନଦୀରେ ବଢିଲା ପାଣି । ବନ୍ୟା ପରିସ୍ଥିତି ସୃଷ୍ଟି ଯୋଗୁ ମାଲକାନାଗିରିର ମୋଟୁ ଅଞ୍ଚଳର ଲୋକେ ହନ୍ତସନ୍ତ । ତେବେ ସେ ଅଞ୍ଚଳର ପାଖାପାଖି ୫ରୁ୬ ଟି ଗାଁ ବୁଡିରହିଛି ବନ୍ୟାଜଳରେ ବୋଲି ସୂଚନା ମିଳିଛି ।
ଏହାସହ ୩୨୬ ନଂ ଜାତୀୟ ରାଜପଥ ବୁଡିବା ସହ ମୋଟୁ ରାସ୍ତାରେ ବି ପାଣି ଏନେଇ ତେଲେଙ୍ଗାନା ,ଛତିଶଗଡ ଓ ଆନ୍ଧ୍ର କୁ ଯାତାୟତ ସମ୍ପୂର୍ଣ୍ଣ ଭାବେ ବନ୍ଦ । ଏଯାଏ ମୋଟୁ ଅଞ୍ଚଳରୁ ପାଖାପଖି ୫୦୦ ଲୋକଙ୍କୁ ବୋଟ ସାହାର୍ଯ୍ୟରେ ଉଦ୍ଧାର କଲାଣି ଓଡ୍ରାଫ ଟିମ୍ ।ତେବେ ସରକାରଙ୍କ ପକ୍ଷରୁ ଶୁଖିଲା ଖାଦ୍ୟ ସହ ଚାଲୁରହିବ ଉଦ୍ଧାର କାର୍ଯ୍ୟ ।