Pratidin TV

Odisha's Digital News Platform

ବୈତରଣୀରେ ବନ୍ୟା ବଢାଇଛି ବିପଦ , ପାଣି ଘେରରେ ହଜାର ହଜାର ପରିବାର…

1 min read

ଭଦ୍ରକ : ଏବେ ବି ବନ୍ୟା ସ୍ଥିତି ଭଦ୍ରକ ଜିଲ୍ଲାରେ ଜାରି ରହିଛି । ଏବେ ମଧ୍ୟ ବିପଦ ସଂକେତ ଉପରେ ବୈତରଣୀ ପ୍ରବାହିତ ହେଉଛି । ଆଖୁଆପଦା ଆନିକଟ ଠାରେ ବିପଦ ସଂକେତ ୧୭.୮୩ ଥିବା ବେଳେ ସକାଳ ୭ଟା ସୁଦ୍ଧା ୧୮.୩୮ ମିଟରରେ ବନ୍ୟା ଜଳ ପ୍ରବାହିତ ହେଉଛି । ndrf ଟିମ ଧାମନଗର ଫଳପୁରରୁ ୮ ଜଣଙ୍କୁ ଉଦ୍ଧାର କରିଛି। ଅନେକ ପଞ୍ଚାୟତ ଏବେ ମଧ୍ୟ ଜଳବନ୍ଦୀ । ସାଳନ୍ଦୀରେ ପାଣି ଆସିବା ଯୋଗୁଁ ଭଦ୍ରକ ବ୍ଲକର ଦୁଇ ପଞ୍ଚାୟତ ବନ୍ୟାରେ ପ୍ରଭାବିତ ହୋଇଛି ।

ଭଣ୍ଡାରିପୋଖରୀ ବ୍ଲକ ଓ ଧାମନଗର ବ୍ଲକରେ ଅନେକ ସ୍ଥାନ ଓ ଗାଁ ଜଳବନ୍ଦୀ ହୋଇଛି । ଭଦ୍ରକ ଆରଡ଼ି ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଉପର ମୁଣ୍ଡରୁ ଜଳସ୍ଥର କମ ହେଉଥିବା ବେଳେ ଉପରସ୍ଥରରେ ବନ୍ୟାଜଳ ପ୍ରବେଶ କରୁଛି । ଧୁଷୁରୀ , ଅସୁରାଳି , କଶିମପୁର , ହାସନାବାଦ, ପଙ୍ଗଟା , ଫଳପୁର , ଆଦି ପଞ୍ଚାୟତ ପ୍ରଭାବିତ ହୋଇଛି । ndrf , ଓଡ୍ରାଫ ଓ ଅଗ୍ନିସମ୍ବହିନୀ ବିଭିନ୍ନ ସ୍ଥାନରେ ମୃତୟନ ହୋଇଛି ।

Leave a Reply

Your email address will not be published. Required fields are marked *