ମହାନଦୀରେ ବନ୍ୟା ଜଳ ; ହୁଳୁହୁଳା ପୋଲ ଉପରେ ଦୁଇ ଫୁଟର ପାଣି ପ୍ରବାହିତ
1 min readକଟକ : ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବାରୁ ମହାନଦୀରେ ଦ୍ୱିତୀୟ ବନ୍ୟା ଜଳ ପ୍ରବାହିତ ହେଉଛି। ଗତ କାଲି ରାତିରେ ଧୀରେ ଧୀରେ ଜଳ ସ୍ତର ବୃଦ୍ଧି ପାଉଛି। ଫଳରେ ମହାନଦୀ ରେ ସାଢେ଼ ଛଅ ଲକ୍ଷ କିଉସେକ ପାଣି ପ୍ରବାହିତ ହେବାରୁ ବାଙ୍କୀ ବ୍ଲକର ଉତ୍ତର ପାର୍ଶ୍ୱରେ ଥିବା ହୁଳୁହୂଳା ପୋଲ ଉପରେ ଦୁଇ ଫୁଟର ପାଣି ପ୍ରବାହିତ ହେଉଛି।
ସୁବର୍ଣ୍ଣପୁର ପଞ୍ଚାୟତ ଓ ବାଙ୍କୀ ବ୍ଲକ୍ କୁ ଯୋଗା ଯୋଗ ବିଛିନ୍ନ ହୋଇପଡ଼ିଛି। ବାଙ୍କୀ ବ୍ଲକ୍ ର ସାତ ଗୋଟି ପଂଚାୟତ ମଧ୍ୟ ରୁ ପାଞ୍ଚ ପଞ୍ଚାୟତ ପ୍ରଭାବିତ ବାହ୍ୟ ଜଗତରୁ ବିଛିନ୍ ହୋଇ ପଡ଼ିଛି। ସେହି ପରି ତିଗିରିଆ ବ୍ଲକ୍ ର ଅନେକ ପଞ୍ଚାୟତ ରୁ ଯୋଗାଯୋଗ ବିଛିନ୍ନ ହେବାକୁ ଯାଉଛି। ବ୍ଲକ୍ କାର୍ଯ୍ୟାଳୟ ସହିତ ଛଅ ପଞ୍ଚାୟତ ର ଯୋଗାଯୋଗ ବିଛିନ୍ନ ।