Pratidin TV

Odisha's Digital News Platform

ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ଜଳପ୍ରଳୟ; ୧୯ ମୃତ୍ୟୁ, ଅନେକ ନିଖୋଜ

ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନାରେ ଗତ ଦୁଇ ଦିନ ହେଲା ପ୍ରବଳ ବର୍ଷା ଲାଗି ରହିଛି। ଫଳରେ ଅନେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। କେତେକ ସ୍ଥାନରେ ଭୂସ୍ଖଳନ ଘଟିବା ସହ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ଶହ ଶହ ଗାଁ ଜଳବନ୍ଦୀ ହୋଇଥିବାବେଳେ ବହୁ ଧନଜୀବନ ହାନୀ ଘଟିଛି। ବିଭିନ୍ନ ସ୍ଥାନରେ ରାସ୍ତା ବୁଡି ରହିଥିବାରୁ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୋଇଛି। ଟ୍ରେନ ଓ ବିମାନ ସେବା ପ୍ରଭାବିତ ହୋଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ ଛୁଟି କରାଯାଇଛି। ବର୍ତ୍ତମାନ ସୁଦ୍ଧା ବନ୍ୟାରେ ୧୯ ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି।

ସୂଚନା ଅନୁଯାୟୀ, ଦୁଇ ଦକ୍ଷିଣୀ ରାଜ୍ୟରେ ଜଳ ପ୍ରଳୟ। ଲଗାଣ ବର୍ଷାରେ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ଭୟଙ୍କର ବନ୍ୟା ବିତ୍ପାତ। ଆନ୍ଧ୍ରପ୍ରଦେଶର ବିଜୟୱାଡା ଓ ହାଇଦ୍ରାବାଦରେ ବିଭୀଷିକା ଆଣିଛି ବର୍ଷା ଓ ବନ୍ୟା। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ବୋଟ୍ ଯୋଗେ ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି।

ଅନ୍ୟପଟେ ତେଲେଙ୍ଗାନାରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି | ୧୧0ଟି ଗାଁ ବୁଡିଛି | ବର୍ତ୍ତମାନ ସୁଦ୍ଧା ବନ୍ୟାରେ ୧୯ ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। ଅନେକ ନିଖୋଜ ଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ। ଆଜି ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶର ସବୁ ସ୍କୁଲ ଛୁଟି। ଅନ୍ୟପଟେ ବନ୍ୟା ପରିସ୍ଥିତ ଯୋଗୁଁ ୧୪0ଟି ଟ୍ରେନ ବାତିଲ କରାଯାଇଛି | ଭୀଷଣ ବର୍ଷା ନେଇ ରେଡି ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ | ଏପରି ବର୍ଷା ବିତ୍ପତି ଯୋଗୁଁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି |

Leave a Reply

Your email address will not be published. Required fields are marked *