Pratidin TV

Odisha's Digital News Platform

ଭକ୍ତଙ୍କୁ କଲବଲ କଲା କୁହୁଡା : ଶୀତୁଆ ସକାଳରେ ଚିଲିକା ମଝିରେ ଫସିଲା ଯାତ୍ରୀବାହି ଡଙ୍ଗା ..

1 min read

ଚିଲିକା : ଭକ୍ତଙ୍କୁ ବାଟବଣା କଲା କୁହୁଡି । ମାଙ୍କୁ ଦର୍ଶନ କରିବାକୁ ଯାଇ ମଝି ଚିଲିକାରେ ଶୀତୁଆ ସକାଳରେ କଲବଲ ହେଲେ ଯାତ୍ରୀ । ବର୍ଷକୁ ଥରେ ମା କାଳିଜାଇଙ୍କ ନିକଟରେ ମକରମେଳା ଅତି ଜାକଜମକରେ ପାଳନ ହୁଏ।ଲକ୍ଷଲକ୍ଷ ଲୋକ ଆସିଥାନ୍ତି ମା କାଳିଜାଇଙ୍କୁ ଦର୍ଶନ କରିବାପାଇଁ। ଆଜି ସକାଳୁ ଶହଶହ ଡଙ୍ଗା ମାଧ୍ୟମରେ ମା କାଳୀଜାଇରେ ମକର ମେଳା ଦେଖିବାକୁ ଯାଉଥିଲେ। କିନ୍ତୁ ପ୍ରବଳ କୁହୁଳା ଯୋଗୁଁ ମଝି ଚିଲିକାରେ ଅନେକ ଡଙ୍ଗା ଫସିରହିଛି।ନା ଆଗକୁ ଯାଉଛି ନା ପଛକୁ ଫେରିପାରୁଛି।ପ୍ରଶାସନ ତରଫରୁ ଉଦ୍ଧାର କାର୍ଯ୍ୟକ୍ରମ ଜାରିରହିଛି।ଶହଶହ ଭକ୍ତ ଏବେ ବି ମା କାଲିଯାଇଙ୍କୁ ଦର୍ଶନ କରିବାପାଇଁ ଚାହିଁ ରହିଛନ୍ତି ।

ସୂଚନାଯୋଗ୍ୟ ଯେ ଆଜି ସକାଳ ୧୧ ଟା ପର୍ଯ୍ୟନ୍ତ ଚିଲିକାରେ ଘନକୁହୁଡି ଆଚ୍ଛାଦିତ ହୋଇ ରହିଥିଲା । କୁହୁଡିର ଘନତା ଯୋଗୁ ୧୦ ମିଟର ଦୂର ଜାଗା ମଧ୍ୟ ଭଲରେ ଦୃଶ୍ୟମାନ ହେଉନଥିଲା । ଏପରି ସ୍ଥିତିରେ ସକାଳ ୮ ଟା ସମୟରେ ଏକ ଡଙ୍ଗା କୃଷ୍ଣପ୍ରସାଦ ଜେଟିରୁ କାଳିଜାଇ ପୀଠ ଅଭିମୁଖେ ବାହାରିଥିଲା। ସାଧାରଣତଃ କୃଷ୍ଣପ୍ରସାଦ ଜେଟିରୁ କାଳିଜାଇ ପୀଠ ଦୂରତା ୫ କିମି ହୋଇଥିବା ବେଳେ ଜଳରାଶିରେ ପ୍ରାୟ ୨୦ ମିନିଟ ସମୟ ଲାଗିଥାଏ। ମାତ୍ର ମଝି ଚିଲିକାରେ ପହଞ୍ଚିବା ପରେ କିଛି ଦୃଶ୍ୟମାନ ନ ହେବାରୁ ଡଙ୍ଗାଟି ଆଉ କୁଆଡ଼େ ଯାଇପାରିଲାନି। ଫଳରେ ଦୀର୍ଘ ସମୟ ଚିଲିକା ପାଣିରେ ଫସି ଯାତ୍ରୀଙ୍କ ମଧ୍ୟରେ ଛନକା ପଶି ଯାଇଥିଲା। ଖବର ପାଇ ମଝି ଚିଲିକାରେ ଥିବା ଅନ୍ୟ ଡଙ୍ଗା ଉକ୍ତ ଡଙ୍ଗାଟିକୁ ଚିଲିକାକୁ ବାଟ କଢ଼ାଇ ନେଇଥିବା ଜଣାଯାଇଛି।

Advertisement

ସେହିପରି ବାଲୁଗାଁ ପଟୁ କାଳୀଜାଇ ପୀଠକୁ ଯାଉଥିବା ୩ଟି ଡଙ୍ଗା ମଧ୍ୟ ଘନ କୁହୁଡ଼ି ଯୋଗୁ ଚିଲିକାରେ ଦୀର୍ଘ ସମୟ ଫସି ରହିଥିବା ଜଣାଯାଇଛି। ବାରମ୍ବାର ଏପରି ଅଘଟଣ ଘଟୁଥିବାରୁ କୁହୁଡ଼ି ନ କମିବା ଯାଏଁ ଚିଲିକାରେ ଡଙ୍ଗା ଚଳାଚଳକୁ ବନ୍ଦ କରି ଦେଇଛି ପ୍ରଶାସନ । ବାଲୁଗାଁରୁ ଚିଲିକା ଦେଇ କାଳିଜାଇ ଯାଉଥିବା ଡଙ୍ଗାରେ କଟକଣା ଲଗାଯାଇଥିବା ବାଲୁଗାଁ ଝଊଚଙ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *