Pratidin TV

Odisha's Digital News Platform

ଏହି ୫ ଟି ଟିପ୍ସ ବଢାଇଦେବ ଆପଣଙ୍କ ସୋସିଆଲ ମିଡିଆର ଫଲୋର୍ସ ।

ଆଜିକାଲି ଛୁଆମାନଙ୍କଠୁ ନେଇ ବଡମାନଙ୍କ ଯାଏଁ ସଭିଏଁ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ୍ ରହୁଛନ୍ତି । ଆଉ ଅନେକ ୟଙ୍ଗଷ୍ଟର୍ସ ମାନେ ସୋସିଆଲ ମିଡିଆ ପ୍ଲାଟ୍ ଫର୍ମରେ ନିଜକୁ ଭାଇରାଲ କରି ରାତାରାତି ଫେମ୍ ବନାଇବାକୁ ଚାହାନ୍ତି । କିଛି ଅଳ୍ପ ପରିଶ୍ରମରେ ନିଜ ଫଲୋର୍ସ ରାତାରାତି ବଢାଇ ଭାଇରାଲ ହେଉଥିବା ବେଳେ ଆଉ କିଛି ଅନେକ ପରିଶ୍ରମ ପରେ ମଧ୍ୟ ନିଜ ଫଲୋର୍ସ ବଢାଇପାରନ୍ତି ନାହିଁ । ତେବେ ଆପଣଙ୍କ ପାଇଁ କିଛି ଟିପ୍ସ ଅଛି ଯାହାକୁ ଫଲୋ କରିବା ଦ୍ୱାରା ଆପଣ ଆପଣଙ୍କ ଫଲୋର୍ସ ଶୀଘ୍ର ବଢାଇପାରିବେ ଆଉ ଆପଣଙ୍କ ରିଲ୍ସ ଭିଡିଓ ମଧ୍ୟ ଭାରଇାଲ ହେବ ।

୧ ସର୍ବପ୍ରଥମେ ଆପଣଙ୍କ ରିଲ୍ସ ବା ଭିଡିଓ ସ୍ଫଷ୍ଟ କ୍ୟାପଚର ହୋଇଥିବା ଦରକାର । ଆଉ ଏହାକୁ ଅପଲୋଡ କରିବା ସମୟ ସକାଳ , ଅପରାହ୍ଣ କିମ୍ବା ରାତି ୯ ଟା ପରେ ହେବା ଦରକାର । କାରଣ ଅଧିକାଂଶ ଲୋକ ଏହି ସମୟରେ ଆକ୍ଟିଭ ରୁହନ୍ତି ।
୨. ଆପଣଙ୍କୁ ଭଲ କଣ୍ଟେଣ୍ଟ ବାଛିବା ଆବଶ୍ୟକ ।
୩. ଟ୍ରେଣ୍ଡ ଅନୁଯାୟୀ ଭିଡିଓ ବନାନ୍ତୁ ।
୪. ଆପଣ ପ୍ରସ୍ତୁତ କରୁଥିବା ଭିଡିଓର ହ୍ୟାସଟ୍ୟାଗ ଦିଅନ୍ତୁ । କାରଣ ଭିଡିଓ ହେଉ କି ରିଲ୍ସ ହ୍ୟାସଟ୍ୟାଗ ଦେବା ଜରୁରୀ । ହ୍ୟାସଟ୍ୟାଗ ଦେବା ସମୟରେ ହ୍ୟାସଟ୍ୟାଗଗୁଡ଼ିକ ଟ୍ରେଣ୍ଡ କରୁଛି କି ନାହିଁ ତାହା ମଧ୍ୟ ଦେଖିନେବା ଜରୁରୀ ।
୫. ଅଧିକାଂଶ ସମୟ ଲାଇବ୍ ଆସି ଲୋକଙ୍କ ଭଲ ଜିନିଷ ଉପରେ ସଚେତନ କରାନ୍ତୁ କିଛି ଭଲ ଭଲ ସ୍ଥାନ ଦେଖାନ୍ତୁ / କିମ୍ବା କରେଣ୍ଟ ସିଚୁଏସନ୍ ଉପରେ ଆଲୋଚନା କରନ୍ତୁ । ଲାଇବ୍ ରେ ଲୋକ ବଢିବା ଦ୍ୱାରା ଆପଣଙ୍କ ପ୍ରୋଫାଇଲ୍ ସହ ଆପଣଙ୍କ ଭିଡିଓ ମଧ୍ୟ ଭାଇରାଲ ହେବ ।

Leave a Reply

Your email address will not be published. Required fields are marked *