Pratidin TV

Odisha's Digital News Platform

ଭୋଜନ ଥାଳିରେ ଭୁଲରେ କରନ୍ତୁ ନି ଏଭଳି , ଜୀବନରେ ଲାଗି ରହିବ ଖର୍ଚ୍ଚ..

1 min read

ହିନ୍ଦୁ ଧର୍ମରେ କୁହାଯାଏ ଯେ ଭୋଜନ ପ୍ରସ୍ତୁତ କରିବାକୁ ଏକ ପବିତ୍ର କାର୍ଯ୍ୟ ଅଟେ । ଅନ୍ନକୁ ମା’ଲକ୍ଷ୍ମୀ ବୋଲି ବିବେଚନା କରାଯାଏ । ତେଣୁ ଭୋଜନ କରିବା ପୂର୍ବରୁ ଓ ପରେ ମା’ଲକ୍ଷ୍ମୀଙ୍କୁ ସ୍ମରଣ କରି ଧନ୍ୟବାଦ ଦେବା ଉଚିତ । ଏହାଦ୍ୱାରା ମା’ଲକ୍ଷ୍ମୀ ପ୍ରସନ୍ନ ହୋଇଥାଆନ୍ତି । ଫଳରେ ଘରେ ଧନସମ୍ପତ୍ତିର ଅଭାବ ଦୂର ହୋଇଥାଏ । ଖାଦ୍ୟର ଅବମାନନା କରିବା ଦ୍ୱାରା ଆର୍ôଥକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ । ଜାଣନ୍ତୁ..


ଅନେକ ସମୟରେ ଭୋଜନ କରିବା ପରେ ଅନେକ ଲୋକ ଥାଳିରେ ହାତ ଧୋଇ ଥାଆନ୍ତି । ମାତ୍ର ଏପରି କରିବା ଦ୍ୱାରା ମା’ଲକ୍ଷ୍ମୀ ରାଗି ଥାଆନ୍ତି । ଜୀବନରେ ଧନର ଅଭାବ ଲାଗି ରହିଥାଏ । ଅଯଥାରେ ଟଙ୍କା ଖର୍ଚ୍ଚ ହୋଇଥାଏ । ଏହି ଭୁଲ୍ ଆଦୌ କରନ୍ତୁ ନାହିଁ । ଖାଦ୍ୟ ଖାଇବା ପରେ ଥାଳିରେ ହାତ ଧୂଅନ୍ତୁ ନାହିଁ । ଏଥିସହ ଭୋଜନକୁ ନଷ୍ଟ କରନ୍ତୁ ନାହିଁ । ଆବଶ୍ୟକ ପରିମାଣରେ ହିଁ ଥାଳିରେ ଖାଦ୍ୟ ନିଅନ୍ତୁ । ନଷ୍ଟ କରିବା ଦ୍ୱାରା ମା’ଲକ୍ଷ୍ମୀଙ୍କ ଅବମାନନା ହୋଇଥାଏ । ଏବଂ ଘରେ ଆର୍ôଥକ ସମସ୍ୟା ଲାଗି ରହିଥାଏ । ରୋଷେଇ ଘରକୁ କଦାପି ଅପରିଷ୍କାର ରଖନ୍ତୁ ନାହିଁ । ବିଶେଷ କରି ରାତିରେ ରୋଷେଇ ଘରକୁ ଅପରିଷ୍କାର ରଖନ୍ତୁ ନାହିଁ । ଏହାଦ୍ୱାରା ମା’ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାଆନ୍ତି । ରାତିରେ ଅଇଁଠା ବାସନ ପକାଇ ରଖନ୍ତୁ ନାହିଁ । ଏହାଦ୍ୱାରା ଘରେ ବାସ୍ତୁ ଦୋଷ ଲାଗି ରହିଥାଏ । ଧନର ଅଭାବ ଲାଗି ରହିଥାଏ । ଭୋଜନ ପ୍ରସ୍ତୁତ କରିବା ପୂର୍ବରୁ ପ୍ରଥମେ ହାତ ଧୁଅନ୍ତୁ । ଦକ୍ଷିଣ ଦିଗକୁ ମୁହଁ କରି ଭୋଜନ ପ୍ରସ୍ତୁତ କରନ୍ତୁ ନାହିଁ । ଭୋଜନ ସର୍ବଦା ଉତ୍ତର କିମ୍ବା ପୂର୍ବ ଦିଗକୁ ମୁହଁ କରି ପ୍ରସ୍ତୁତ କରିବା ଦ୍ୱାରା ଶୁଭ ଫଳ ମିଳେ ।

Advertisement

Leave a Reply

Your email address will not be published. Required fields are marked *