Pratidin TV

Odisha's Digital News Platform

ଚାଷ ପାଇଁ ଛାଡିଦେଲେ ଚାକିରୀ ।

କେନ୍ଦ୍ରାପଡା ; କଥାରେ ଅଛି ଚାଷ ଅଛି ଯାହାର କି ଆନନ୍ଦ ତାହାର । ଏହି ପଂକ୍ତିକୁ ସାକାର କରିଛନ୍ତି କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ,ଅନ୍ତର୍ଗତ ଈଶ୍ୱରପୁର ପଞ୍ଚାୟତ ଜୁନୁସନଗର ଗ୍ରାମର ସଫଳ ଚାଷୀ ଚନ୍ଦ୍ରଶେଖର ମାନ୍ନା । ନିଜ ଚାଷ ଜମିରେ ପରିଶ୍ରମ କରି ଫଳାଇଛନ୍ତି ସୁନାର ଫସଲ । ଗୋଟେ ପଟେ ଚାଷ ବେଉସା ବୁଡିବାକୁ ବସିଥିବା ବେଳେ ଆଗଭଳି ଆଉ ଲୋକମାନେ ଚାଷପ୍ରତି ଆଗ୍ରହ ପ୍ରକାଶ କରୁ ନାହାନ୍ତି । କାଁ ଭାଁ ଲୋକଙ୍କୁ ଛାଡିଦେଲେ ଲୋକେ ଚାଷ କରିବା ପ୍ରାୟତଃ ଭୁଲିଗଲେଣି । ଯୁବପିଢ଼ି ଏବେ ଚାଷ ଛାଡି ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଉଥିବା ବେଳେ ଚନ୍ଦ୍ରଶେଖର ଙ୍କ ନିକଟରେ ଏହା ବ୍ୟତିକ୍ରମ ଦେଖିବାକୁ ମିଳିଛି । ଜୁନୁସନଗର ଗ୍ରାମର ସଫଳ ଚାଷୀ ଚନ୍ଦ୍ରଶେଖର ମାନ୍ନା ନିଜ ପରିଶ୍ରମ ବଳରେ ନିଜ ଚାଷଜମିରେ ଫଳାଇଛନ୍ତି ସୁନାର ଫସଲ ଓ ଅନ୍ୟ ଯୁବପିଢ଼ିଙ୍କ ପାଇଁ ପାଲଟିଛନ୍ତି ଏକ ଆଦର୍ଶ ।

ଚନ୍ଦ୍ରଶେଖର ନିଜ ୫ ଏକର ଜମିରେ ବାଇଗଣ,ଟମାଟର, ଜୂଡଙ୍ଗ, ଭେଣ୍ଡି, କଲରା, ଜହ୍ନି, କାକୁଡି, କଦଳୀ,କ୍ୟାପ୍ସିକପ, ଲଙ୍କା, କଦଳୀ, ଆପେଲ ବେରି ଓ ଡ୍ରାଗନ ଫୁଡ଼ ପନିପରିବା ଫସଲ କରିଵା ସହିତ କୁକୁଡ଼ା ଓ ମାଛ ଚାଷ କରି ବେଶ ଲାଭବାନ ହୋଇଛନ୍ତି । ବାକି କିଛି ଜମିରେ ଧାନ ଓ ଆଖୁ ଚାଷ କରିଥିବା ବେଳେ ଚଳିତ ବର୍ଷରେ ଚନ୍ଦ୍ରଶେଖର ନିଜ ଚାଷ ଜମିରେ ଜୈବିକ ପ୍ରକ୍ରିୟାରେ ଚାଷକରି ଉନ୍ନତ ମାନର ଡ୍ରାଗନ ଫୁଡ ଓ ଆପେଲ ବେରି ମଧ୍ୟ ଫଳାଇଛନ୍ତି । ଯାହାକି ଉପକୂଳ ଅଞ୍ଚଳ ମାଟିରେ ଫଳିବା ବିରଳ । ରାଜନଗର ବଜାରରେ ହେଉ ବା ଆଖପାଖ ଅଞ୍ଚଳରେ ଚନ୍ଦ୍ରଶେଖରଙ୍କ ପରିବା ବେଶ ଚାହିଦା ରହିଥିବା ବେଳେ ବେଶ ଦିପାଇସା ଲାଭବାନ ହୋଇ ଛନ୍ତି । ନିଜେ ପରିଶ୍ରମ କରିବା ସହ ୫ପରିବାରଙ୍କୁ ନିଜଚାଷ କାମରେ ଲଗାଇ ଆତ୍ମନିର୍ଭରଶୀଳ ହେବା ସହ ଅନ୍ୟ ୫ପରିବାର ପ୍ରତିପୋଷଣ ହେଉଥିବା କହିଛନ୍ତି ଚନ୍ଦ୍ରଶେଖର ।

ପନିପରିବା ଓ ମାଛ କୁକୁଡ଼ା ଚାଷକୁ ନିଜ ବେଉସାରେ ପରିଣତ କରିଥିବା ଚନ୍ଦ୍ରଶେଖର କୁହନ୍ତି କି ପିଲାଟି ବେଳୁ ତାଙ୍କ ବାପାଙ୍କ ସହିତ ବିଲକୁ ଆସି ବାପା କରୁଥିବା ପନି ପରିବା ଚାଷକୁ ଦେଖି, ଅଳ୍ପକିଛି ଜାଣିଥିଲେ । ଚନ୍ଦ୍ରଶେଖର ଅଳ୍ପକିଛି ପାଠପଢା ଶେଷକରି ଭିତରକନିକା ବନବିଭାଗରେ ୪ର୍ଥ ଶ୍ରେଣୀ କର୍ମଚାରୀ ଭାବେ ନିଯୁକ୍ତି ପାଇଥିଲେ । ହେଲେ ସ୍ୱଳ୍ପ ବେତନରେ ପରିବାର ଚଳାଇବା କଷ୍ଟକର ଅନୁଭବ କରି ଚାଷ ପ୍ରତି ଦୁର୍ବଳତା ଥିବା ଚନ୍ଦ୍ରଶେଖର ଚାକିରୀ ଛାଡି ବାପାଙ୍କ ସହିତ ଚାଷ କରିବାକୁ ଗାଁ ମାଟିକୁ ଫେରିଲେ । ଦୃଢ଼ ଇଛା ଶକ୍ତିରେ ନିଜ ଜମିରେ ପରିଶ୍ରମ କରି ଜୈବିକ ସାର, ଖତ ପ୍ରକ୍ରିୟାରେ ଫଳାଇଛନ୍ତି ସୁନାର ଫସଲ । ତାଙ୍କ ବାପା ଅଶୋକ କୁମାର ମାନ୍ନା ଜଣେ ଚାଷୀ ଭାବେ ୨୦୧୭ମସିହାରେ ମାନପତ୍ର ପାଇଛନ୍ତି । ଆଉ ପୁଅର ପରିଶ୍ରମ ଦେଖି ବାପା ଅଶୋକ ନିଜେ ବିଲକୁ ଯାଇ ତଦାରଖ କରିବା ସହିତ କିଭଳି ଭାବରେ ପୁଅକୁ ଆହୁରି ସଫଳତା ମିଳିବ ସେନେଇ ପୁଅକୁ ପରାମର୍ଶ ଦେଇଆସିଥାନ୍ତି । ଯଦି ସରକାରଙ୍କ ପକ୍ଷରୁ ଚାଷୀ ମାନଙ୍କ ପାଇଁ ପ୍ରୋତ୍ସାହନ, ପ୍ରଶିକ୍ଷଣ ଓ ଶୀତଳ ଭଣ୍ଡାର ସହ ବଜାରର ଦର ନିୟନ୍ତ୍ରଣ ରଖାଯାଏ ତେବେ ଯୁବପିଢ଼ି ଚାଷ କ୍ଷେତ୍ରରେ ଆଗ୍ରହ ପ୍ରକାଶ କରି ଦାଦନ ଖଟି ବାକୁ ଜିବେନାହିଁ । ଅନ୍ୟପକ୍ଷରେ ବଜାରରେ ଚନ୍ଦ୍ରଶେଖରଙ୍କ ପରିବା ଗୁଡିକର ଚାହିଦା ବଢୁଥିବା ଦେଖି,ବ୍ୟବସାୟୀ ମାନେ ଦୂର ଦୂରାନ୍ତର ରୁ ପରିବା ସଂଗ୍ରହ ନକରି ପରିବହନ ସୁବିଧା ସହ ସୁଲଭ ମୂଲ୍ୟରେ ନିକଟରୁ ସଂଗ୍ରହ କରି ବେଶ ଦିପାଇସା ଲାଭବାନ ହେଉଥିବା କହିଛନ୍ତି ବ୍ୟବସାୟୀ ।

ସରକାର କୃଷି କ୍ଷେତ୍ରରେ ଚାଷୀ ମାନଙ୍କ ପାଇଁ ପ୍ରଶିକ୍ଷଣ, ପ୍ରୋତ୍ସାହନ, ରିହାତି ଦରରେ ଆନୁସଙ୍ଗିକ ଯନ୍ତ୍ରାଂଶ, ଓ ଶୀତଳ ଭଣ୍ଡାରର ସଠିକ ବ୍ୟବସ୍ଥା କରନ୍ତେ,ତେବେ ଯୁବପିଢ଼ି ବିଦେଶକୁ ଦାଦନ ଖଟିବାକୁ ନଯାଇ ଚନ୍ଦ୍ରଶେଖର ଭଳି ନିଜେ ନିଜେ ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟି ଯାଆନ୍ତେ ।

Leave a Reply

Your email address will not be published. Required fields are marked *