Pratidin TV

Odisha's Digital News Platform

ପୁଅକୁ ଟିମରେ ଖେଳିବା ପାଇଁ ସୁଯୋଗ ନ ଦେବାରୁ , ପିଚ୍‌ରେ ହଙ୍ଗାମା କଲେ ମା ….

1 min read

କଟକ : ପୁଅକୁ ଟିମରେ ଖେଳିବା ପାଇଁ ସୁଯୋଗ ନ ହେବାରୁ ମା’ଙ୍କ ହଂଗାମା । କୋଚ ବିବିସିସି ମହାପାତ୍ରଙ୍କ ବିରୋଧରେ ପକ୍ଷପାତିତା ଅଭିଯୋଗ । ପିଚ ଉପରେ ବସି ଧାରଣା ଦେଲେ ମା’ ଫଳରେ ୧୯ ବର୍ଷରୁ କମ ବୟସର ରଣଜୀ ମ୍ୟାଚ ବାଧାପ୍ରାପ୍ତ ହୋଇଛି । ଏଭଳି ଏକ ଘଟଣା ଆଜି କଟକ ସନ ସାଇନ୍ ଗ୍ରାଉଣ୍ଡରେ ଘଟିଛି ।

ମ୍ୟାଚ ବାଧାପ୍ରାପ୍ତ ହେବାରୁ ଓସିଏର କର୍ମଚାରୀ ମହିଳାଙ୍କୁ ପିଚ ଉପରୁ ଉଠାଇବାକୁ ଯାଇ ମାରପିଟ କରିଛନ୍ତି । ଆଉ ମାରପିଟ କରୁଥିବା ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ତେବେ ଘଟଣାକୁ ନିଜ ଆୟତକୁ ଆଣିବାକୁ ପହଞ୍ଚିଛି ପୋଲିସ ।

OCA ଦ୍ୱାରା ପରିଚାଳିତ ହେଉଛି ୧୯ ବର୍ଷରୁ କମ ବୟସ ବର୍ଗର ଟୁର୍ନାମେଣ୍ଟ । ପ୍ରତିଯୋଗିତାରେ ଭୁବନେଶ୍ୱର ଏ’ ଟିମ ର ସଦସ୍ୟ ଅଛନ୍ତି ଆୟୁଷ ମହାନ୍ତି । ଆୟୁଷଙ୍କୁ ୧୧ ଜଣିଆ ଟିମରେ ଖେଳା ଯାଉ ନଥିବା ଅଭିଯୋଗ ଉପରେ ପ୍ରତିକ୍ରିୟା ଦେବାକୁ ମନା କଲେ ବିବିସିସି ମହାପାତ୍ରଙ୍କ । ଅନ୍ୟପଟେ ଆୟୁଷଙ୍କ ମା ପିଚ୍ ରେ ବସି ପୁଅ ପାଇଁ ନ୍ୟାୟ ମାଗିଛନ୍ତି ।

Leave a Reply

Your email address will not be published. Required fields are marked *