Pratidin TV

Odisha's Digital News Platform

ବାକି ଥିଲା ୩୦ ହଜାର ଟଙ୍କା… ନ ଫେରାଇବା ଯୋଗୁଁ ମାରି ଫିଙ୍ଗିଦେଲେ ଅଭିଯୁକ୍ତ…..

1 min read

Yellow crime scene do not cross barrier tape in front of defocused background. Horizontal composition with selective focus and copy space.

ବାକି ଟଙ୍କା ନ ଦେବାରୁ ଜଣେ ବ୍ୟକ୍ତିଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି | ବାକି ଥିଲା ୩୦ ହଜାର ଟଙ୍କା | ବାକି ନ ଫେରାଇବା ଯୋଗୁଁ ବ୍ୟକ୍ତିଙ୍କୁ ନିର୍ମମ ଭାବେ ହତ୍ୟା କରି ପଥର ଖଣିରେ ଫିଙ୍ଗିଦେଇଥିଲେ ଅଭିଯୁକ୍ତ । ହତ୍ୟାକାଣ୍ଡ ର ୪ ଦିନ ପରେ ଗଳିତ ଶବକୁ ଖଣିରୁ ଉଦ୍ଧାର କରିଛି ପୁଲିସ । ଏହି ହତ୍ୟାକାଣ୍ଡରେ ୬ ଜଣ ଅଭିଯୁକ୍ତ ଥିବା ସୂଚନା ମିଳିଥିଲା | ସଂପୃକ୍ତ ଥିବା ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ । ଘଟଣାରୁ ପ୍ରକାଶ ମୃତକ ଜଣକ ହେଉଛନ୍ତି ଗଞ୍ଜାମ ଜିଲ୍ଲା ହିଞଳି ଥାନା ଅନ୍ତର୍ଗତ ସିକିରି ଗ୍ରାମର ୫୨ ବର୍ଷୀୟ ଭଗବାନ ପଣ୍ଡା ।

ସୂଚନା ଅନୁଯାୟୀ, ଚଳିତ ମାସ ୧୫ ତାରିଖରେ ଡେଲାଙ୍ଗ ଥାନା ଅନ୍ତର୍ଗତ ପାତ୍ରପଡ଼ା ନିକଟ ଖଣିରୁ ଭାବାବନ୍ ଙ୍କ ମୃତଦେହ ଉଦ୍ଧାର କରିଥିଲା ପୋଲିସ । ଘଟଣାସ୍ଥଳରେ ଖୋଜ ଖୋଜି ସମୟରେ ପାଖରେ ପଡିଥିବା ମୋବାଇଲ ଫୋନରୁ ଭଗବାନଙ୍କ ପରିଚୟ ଜଣାପଡିଥିଲା । ଏହାପରେ ପୋଲିସ ମୃତକଙ୍କ ପରିବାର ଲୋକଙ୍କୁ ସୂଚନା ଦେଇଥିଲା | ପରିବାର ଲୋକେ ଜାଣିବା ପରେ ପୁଅ ରାକେଶର ଅଭିଯୋଗ କରିଥିଲା | ଅଭିଯୋଗ ଭିତ୍ତିକରି ତଦନ୍ତ ଆରମ୍ଭ କରିଥିଲା ପୋଲିସ। ଘଟଣାର ମୁଖ୍ୟ ଅଭିଯୁକ୍ତ ବଡମ୍ବା ଗୋପିନାଥପୁର ଗ୍ରାମର ୪୯ ବର୍ଷୀୟ ଅନୁପମା ମହାପାତ୍ରଙ୍କ ପାଖରେ ପହଞ୍ଚି ଯାଇଥିଲା ପୋଲିସ ଅନୁପମାଙ୍କ ସହ ହାଦୁ ଓରଫ ୨୭ ବର୍ଷୀୟ ସଂଗ୍ରାମ ମହାପାତ୍ର ବ୍ରହ୍ମପୁରର ଦିପୁ ଓରଫ ୨୯ ବର୍ଷୀୟ ଦୀପକ ବେହେରା ଜଂକିଆ ଥାନା ହାଡ଼ପଦା ଗ୍ରାମର ୩୦ ବର୍ଷୀୟ ରାଜେଶ କୁମାର ହରିଚନ୍ଦନ ଖୋର୍ଦ୍ଧା ଥାନା କୁମ୍ଭିଲୋ ଗ୍ରାମର କୁନୁ ଓରଫ ୩୦ ବର୍ଷୀୟ ପ୍ରୀତି ମଞ୍ଜରୀ ମିଶ୍ର ଓ ବାଣପୁର ବୋରିଗ୍ରାମର ଗୀତା ଓରଫ ୪୦ ବର୍ଷୀୟ ପ୍ରଭାତୀ ସ୍ୱାଇଁଙ୍କୁ ବିଭିନ୍ନ ସ୍ଥାନରେ ଚଢାଉ କରି ଧରିଥିଲା ।

Advertisement

ପୁଲିସ ସୂଚନା ଅନୁଯାୟୀ ଅନୁପମାଙ୍କ ଠାରୁ ଟଙ୍କା ଧାର ଆଣି ସୁଝି ନଥିଲା ଭଗବାନ । ତେଣୁ ଯୋଜନକରି ଭଗବାନଙ୍କୁ ବ୍ରହ୍ମପୁର ରେଳ ଷ୍ଟେସନକୁ ଡକାଇଥିଲା ଅନୁପମା।ସେଠାରୁ ତାକୁ କୌଶଳ କରି ଜଟଣୀ ସ୍ଥିତ ନିଜ ଭଡ଼ାଘରକୁ ନେଇଆସିଥିଲା ।ସେଠାରେ ତାକୁ ହତ୍ୟା କରି ଏକ ସ୍କୁଟି ସହାୟତାରେ ମୃତଦେହକୁ ଆଣି ପାତ୍ରପଡ଼ା ପଥର ଖଣିରେ ଫିଙ୍ଗି ଦେଇ ପଳାଇଥିଲେ । ହତ୍ୟାରେ ବ୍ୟବହୃତ ଦୁଇଟି ବାଇକ ଓ ଦୁଇଟି ସ୍କୁଟିକୁ ଜବତ କରିଥିଲା ପୋଲିସ। ଏସଡ଼ିପିଓ ନାରାୟଣ ପତି ଥାନାଧିକାରୀ ଦେବାଶିଷ ମହାନ୍ତି ଘଟଣାର ଅଧିକ ତଦନ୍ତ ଜାରି ରଖି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛନ୍ତି ।

ବାକି ନ ଫେରାଇବାରୁ
ହତ୍ୟା କରି ଫିଙ୍ଗିଦେଲେ

ବାକି ଥିଲା ୩୦ ହଜାର ଟଙ୍କା… ନ ଫେରାଇବା ଯୋଗୁଁ ମାରି ଫିଙ୍ଗିଦେଲେ ଅଭିଯୁକ୍ତମାନେ …..

Leave a Reply

Your email address will not be published. Required fields are marked *