Pratidin TV

Odisha's Digital News Platform

ଭାରତ ଇତିହାସରେ ପ୍ରଥମ, ମୋଦିଙ୍କ କ୍ୟାବିନେଟରେ ନାହାନ୍ତି ମୁସଲମାନ ମନ୍ତ୍ରୀ

1 min read

ମୋଦିଙ୍କ ତୃତୀୟ ପାଳିରେ କ୍ୟାବିନେଟରେ ଜଣେ ହେଲେ ନାହାନ୍ତି ମୁସଲମାନ ମନ୍ତ୍ରୀ | ଜାତିଗତ ଶ୍ରମିକରଣକୁ ଦୃଷ୍ଟିରେ ରଖି କ୍ୟାବିନେଟ ବଣ୍ଟନ କରାଯାଇଛି | କିନ୍ତୁ ଇତିହାସରେ ପ୍ରଥମ ଥର ପାଇଁ ମୋଦିଙ୍କ କ୍ୟାବିନେଟରେ କୌଣସି ମୁସଲମାନ କ୍ୟାବିନେଟ ମନ୍ତ୍ରୀ ନାହାନ୍ତି |

ଲଗାତାର ତୃତୀୟ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇସାରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି | ରାଷ୍ଟ୍ରପତି ଭବନରେ ଜୁନ ୯ ତାରିଖରେ ସନ୍ଧ୍ୟାରେ ମୋଦି ଏବଂ ତାଙ୍କ ନୂଆ କ୍ୟାବିନେଟ ଅନ୍ୟ ୭୨ ସଦସ୍ୟଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଥିଲେ | ମନ୍ତ୍ରୀମଣ୍ଡଳରୁ ୬୧ ଜଣ ଶପଥ ନେଇଥିବା ବେଳେ NDA ସହଯୋଗୀ ଦଳ ଗୁଡ଼ିକରୁ ୧୧ ଜଣଙ୍କୁ ସୁଯୋଗ ମିଳିଥିଲା | ମୋଦିଙ୍କ ନେତୃତ୍ୱରେ ହୋଇଥିବା ମନ୍ତ୍ରୀଙ୍କ ଦଳରେ ୩0 ଜଣ କ୍ୟାବିନେଟ ମନ୍ତ୍ରୀ ୫ ଜଣ ସ୍ୱତନ୍ତ୍ର ରାଷ୍ଟ୍ର ମନ୍ତ୍ରୀ, ଏବଂ ୩୬ ଜଣ ରାଷ୍ଟ୍ରୀୟ ମନ୍ତ୍ରୀ ରହିଛନ୍ତି | ତେବେ ଏଥିରେ ୫ ଜଣ ସଂଖ୍ୟାଲଘୁ ଜାତିର ସାଂସଦ ମଧ୍ୟ ସାମିଲ ଅଛନ୍ତି |

Advertisement

ତେବେ ମୋଦି ୩.0 ରେ ଏଥର ସମସ୍ତ ସାମାଜିକ ଗୋଷ୍ଠୀର ନେତୃତ୍ୱଙ୍କୁ ସାମିଲ କରାଯାଇଛି | ଯେଉଁଥିରେ ପ୍ରାୟ ୨୧ ଜଣ ସମୁର୍ଣ୍ଣ ରହିଥିବା ବେଳେ ୨୭ ଜଣ ଓବିସି, ୧0 ଜଣ ଦଳିତ, ୫ ଜଣ ଆଦିବାସୀ ଓ ସଂଖ୍ୟାଲଘୁ ଜାତିର ସାଂସଦ ସାମିଲ ରହିଛନ୍ତି | ଜାତିଗତ ଶ୍ରମୀକରଣକୁ ଦୃଷ୍ଟିରେ ରଖି କ୍ୟାବିନେଟ ବୈଠକ ବଣ୍ଟନ କରିଛି ବିଜେପି ଦଳ | ଏଥିସହ ୧୮ ଜଣ ବରିଷ୍ଠ ମନ୍ତ୍ରୀ ମନ୍ତ୍ରାଳୟର ନେତୃତ୍ୱ ନେଇଛନ୍ତି | କିନ୍ତୁ ଏଥର ଜଣେ ହେଲେ ନାହାନ୍ତି ମୁସଲମାନ କ୍ୟାବିନେଟ ମନ୍ତ୍ରୀ | ଯାହା ଭାରତ ଇତିହାସରେ ପ୍ରଥମଥର ପାଇଁ ଏଭଳି ଘଟଣା ଘଟିଛି |

Leave a Reply

Your email address will not be published. Required fields are marked *