Pratidin TV

Odisha's Digital News Platform

ସ୍ବାମୀଙ୍କ ସପୋର୍ଟ ପାଇଁ ଚିନ୍ମୟୀ ପାଣିଗ୍ରାହୀ ବନିଲେ OAS ।

1 min read

ପ୍ରକାଶ ପାଇଲା ୨୦୨୨ ଙଇଝ ରେଜଲ୍ଟ । ଏଥର ମୋଟ୍ ୬୮୩ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଆଉ ଏହି ର‌୍ୟାଙ୍କ୍ ଭିତରେ ଅଛନ୍ତି ଜଣେ ବିବାହିତ ମହିଳା ଚିନ୍ମୟୀ ପାଣିଗ୍ରାହୀ । ଘର ପରିବାରର ଦାୟିତ୍ୱ ସହ ଚାକିରୀ କରୁଥିଲେ । ତା ସହ ନିଜ ପାଠ ପଢା ପାଇଁ ମଧ୍ୟ ସମୟ ବାହରକରୁଥିଲେ ଚିନ୍ମୟୀ ।

ଆଜି ଚିନ୍ମୟୀ OAS କ୍ରାକ୍ କରି ଅନେକ ମହିଳାଙ୍କ ପାଇଁ ବଡ ଉଦାହରଣ ପାଲଟିଛନ୍ତି । ନିଜର ଇଛା ଶକ୍ତି ଆଜି ତାଙ୍କୁ ଏଭଳି ସଫଳତାରେ ପହଞ୍ଚାଇଛି । ନିଜ ପରିବାରର ସପୋର୍ଟ ସହ ପ୍ରଭୁ ଜଗନ୍ନାଥଙ୍କ ଆର୍ଶୀବାଦରୁ ଚିନ୍ମୟୀ ଆଜି OAS କ୍ରାକ୍ କରିଥିବା କହିଛନ୍ତି । କିନ୍ତୁ ସବୁ ପରେ ତାଙ୍କ ନିଜ ଇଛା ଶକ୍ତି ଆଉ କଠୋର ପରିଶ୍ରମ ତାଙ୍କୁ ଆଜି ସଫଳତାର ପାହଚ ଚଢାଇଛି ବୋଲି ଆମେ କହିବୁ । ଖାଲି ଚିନ୍ମୟୀ କାହିଁକି ଚିନ୍ମୟୀଙ୍କ ଭଳି ଅନେକ ନାରୀ ମାନେ ମଧ୍ୟ ନିଜ ପରିଶ୍ରମ ବଳରେ ନିଜ ଗୋଡରେ ଛିଡାହୋଇପାରୁଛନ୍ତି ଆଉ ସମାଜ ପାଇଁ ଏକ ପ୍ରେରଣା ପାଲଟୁଛନ୍ତି ।

Advertisement

Leave a Reply

Your email address will not be published. Required fields are marked *