Pratidin TV

Odisha's Digital News Platform

ଭିତରକନିକା ପକ୍ଷୀ ଗଣନା ଆରମ୍ଭ : କାର୍ଯ୍ୟରେ ୧୭ ଟିମ୍ ନିୟୋଜିତ..

କେନ୍ଦ୍ରାପଡା : ଶୀତଋତୁର ଆଗମାନରେ ଚଳଚଞ୍ଚଳ ହୋଇଉଠିଛି ଭିତକନିକା ଜାତୀୟ ଉଦ୍ୟାନ । ଲାଗିପଡିଛି ବିଦେଶୀ ପକ୍ଷୀଙ୍କ ଆଗମନ । ଭିତରେ କନିକାରେ ଦେଖାଦେଉଛନ୍ତି ଭିନ୍ନ ଭିନ୍ନ ପ୍ରଜାତିର ବିଦେଶୀ ପକ୍ଷୀଗଣ । ଏନେଇ ପ୍ରତ୍ୟକବର୍ଷ ବନବିଭାଗ ପକ୍ଷୀମାନଙ୍କର ଗଣନା କାର୍ଯ୍ୟ କରିଥାଏ । ଭିତକକନିକାକୁ କେତେ ମାତ୍ରାରେ ବିଦେଶାଗତ ପକ୍ଷୀ ଆସନ୍ତି ତାଙ୍କର ଗଣନା ହୋଇଥାଏ । ତେବେ ଚଳିତ ବର୍ଷର ପକ୍ଷୀ ଗଣନା କାର୍ଯ୍ୟ ଶୁକ୍ରବାର ଆରମ୍ଭ ହୋଇଛି । ଏହା ସକାଳ ୬ ଟାରୁ ଆରମ୍ଭ ହୋଇ ଦିନ ୨ ଟା ପର୍ଯ୍ୟନ୍ତ ଚାଲିବ ।

ସୂଚାନାଯୋଗ୍ୟ ଯେ ଆଜି ଏହି କାର୍ଯ୍ୟରେ ପ୍ରାଣୀ ବିଜ୍ଞାନର ୨୧ ଜଣ ଛାତ୍ରଛାତ୍ରୀଙ୍କ ସମେତ ବନବିଭାଗର କର୍ମଚାରୀମାନେ ସାମିଲ ଅଛନ୍ତି । ଜନଗର ବନଖଣ୍ଡର ୫ଟି ରେଞ୍ଜରେ ଏହି ବିଦେଶାଗତ ପକ୍ଷୀମାନଙ୍କ ଗଣନା କାର୍ଯ୍ୟ ଚାଲିଛି । ଯେଉଁଥିପାଇଁ ୧୭ ଟି ଟିମ୍ ନିୟୋଜିତ ଅଛନ୍ତି । ତେବେ ପ୍ରତ୍ୟେକ ଟିମରେ ୪ ରୁ ୫ ଜଣ ସଦସ୍ୟ ସାମିଲ ଅଛନ୍ତି । ରାଜନଗର, କନିକା, ଗହୀରମଥା, ମହାକାଳପଡା, ଏବଂ କୁଜଙ୍ଗରେ ଏହି ପକ୍ଷୀ ଗଣନା କାର୍ଯ୍ୟ ଚାଲିଛି । ତେବେ ଏହି ପକ୍ଷୀ ଗଣାନ କାର୍ଯ୍ୟ ବାଇନାକୁଲାର ସହ ଜିପିଏସ୍ ଏବଂ କ୍ୟାମେରା ଦ୍ୱାରା ଚାଲିଛି । ମଧ୍ୟହ୍ନ ୨ ଟା ପରେ ହି ଏହି କାର୍ଯ୍ୟର ସମାପ୍ତ ପରେ ଭିତରକନିକାକୁ ଆସୁଥିବା ବିଦେଶୀ ପକ୍ଷୀମାନଙ୍କର ହାର ଜଣାପଡିବ ।

ଅନ୍ୟପଟେ ଚିଲିକାରେ ପକ୍ଷୀଗଣନା କାର୍ଯ୍ୟ ଜାନୁଆରୀ ୪ ସୁଦ୍ଧା ସରିଥିବା ବେଳେ , ହୀରାକୁଦରେ ପକ୍ଷୀଗଣନା ଆସନ୍ତା ୮ ତାରିଖରେ ହେବ ।

Leave a Reply

Your email address will not be published. Required fields are marked *