Pratidin TV

Odisha's Digital News Platform

ସମଲିଙ୍ଗୀ ବିବାହ କଲେ ବୈଦେଶିକ ମନ୍ତ୍ରୀ , ସୋଶିଆଲ ମିଡିଆରେ ଫଟୋ ସେୟାର କରି ଦେଲେ ସୂଚନା ..

1 min read

ଖୋଲା ଖୋଲି ସମଲିଙ୍ଗୀ ବିବାହ କଲେ ବୈଦେଶିକ ମନ୍ତ୍ରୀ । ଅଷ୍ଟ୍ରେଲିଆର ପ୍ରଥମ ମହିଳା ସଂସଦୀୟ ପେନ୍ନି ୱଙ୍ଗ୍ ନିଜ ଦୀର୍ଘଦିନର ସମଲିଙ୍ଗୀ ପାର୍ଟନର ସୋଫିଏ ଆଲ୍ଲୋଉଆଚେଙ୍କୁ ବିବାହ ସୋଶିଆଲ ମିଡିଆ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସୂଚନା ଦେଇଛନ୍ତି । ପୋଷ୍ଟ ସେୟାର କରି ଲେଖିଛନ୍ତି ଯେ “ଏହି ସ୍ୱତନ୍ତ୍ର ଦିନରେ ଆମ ସହ ପରିବାର ଓ ସମ୍ପର୍କୀୟମାନେ ଖୁସି ଶେୟାର କରିପାରିବେ ” ଏଥିସହ ନିଜ ପାର୍ଟନରଙ୍କ ସହିତ ମାଲେସୀୟ-ଚାଇନା ରୀତିନୀତିରେ ବିବାହ ବେଳର ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି ।

ପେନ୍ନି ୱଙ୍ଗ୍ ଏବଂ ଆଲ୍ଲୋଉଆଚେ ପ୍ରାୟ ୨ ଦଶନ୍ଧି ଧରି ଏକାଠି ରହିଆସୁଛନ୍ତି । ଅଷ୍ଟ୍ରେଲିଆ ରାଜଧାନୀ ଏଡେଲାଇଡେରେ ଉଭୟେ ସାତ ଜନ୍ମର ସାଥୀ ହୋଇଛନ୍ତି । ସିନେଟରେ ପେନ୍ନି ୱଙ୍ଗ୍ ସାଉଥ୍ ଅଷ୍ଟ୍ରେଲିଆରୁ ପ୍ରତିନିଧିତ୍ୱ କରନ୍ତି । ୨୦୦୨ରୁ ସେ ଲେବର ପାର୍ଟିର ସିନେଟର ରହିଆସିଛନ୍ତି । ୱଙ୍ଗ୍ ହେଉଛନ୍ତି ଅଷ୍ଟ୍ରେଲିଆ ସରକାରରେ କ୍ୟାବିନେଟ ମନ୍ତ୍ରୀ ପଦ ଅଳଙ୍କୃତ କରିଥିବା ପ୍ରଥମ ଏସିଆ ଜନ୍ମିତ ବ୍ୟକ୍ତି । ଅନ୍ୟପକ୍ଷେ ଏଡେଲାଇଡେ ୟୁନିଭର୍ସିଟି ଛାତ୍ର ସଂସଦର ପୂର୍ବତନ ଅଧ୍ୟକ୍ଷା , ଆଲ୍ଲୋଉଆଚେ ୱଙ୍ଗ୍‌ଙ୍କଠାରୁ ୭ ବର୍ଷ ସାନ ଅଟନ୍ତି ।ସୂଚନାଯୋଗ୍ୟ ଯେ ଅଷ୍ଟ୍ରେଲିଆରେ ୨୦୧୭ରୁ ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ପ୍ରଦାନ କରାଯାଇଆସୁଛି ।

Leave a Reply

Your email address will not be published. Required fields are marked *