Pratidin TV

Odisha's Digital News Platform

ଆଗରେ ଦୋକାନ ପଛରେ ବିଦେଶୀ ମଦ କାରବାର, ମାଡିବସିଲା ପୋଲିସ ଜଣେ ଗିରଫ

1 min read

ପୁଣି ଜବତ ହେଲା ବିଦେଶୀ ମଦ । ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ପଡିଆବେଡା ପଞ୍ଚାୟତର ନିଶାପଶି ଗ୍ରାମରେ ଥିବା ଏକ ଦୋକାନରେ ଚୋରା ମଦ ବେପାର କରାଯାଉଥିଲା ତେବେ କୌଣସି ସୂତ୍ରରୁ ପୋଲିସ ଖବର ପାଇଁ ପହଞ୍ଚି ବିଦେଶୀ ମଦ ଜବତ କରିଛି । ପ୍ରଶାନ୍ତ କୁମାର ମହାନ୍ତଙ୍କ ଟାଇଗର ଭେରାଇଟି ଷ୍ଟୋର୍ ରୁ ୨୧ ଲିଟର ବିଦେଶୀ ମଦ ଜବତ କରାଯାଇଛି । ଥାନାଧିକାରିଣୀ ସାବିତ୍ରୀ ଦଳେଇ ଙ୍କ ନେତୃତ୍ୱରେ ଗୁରୁବାର ମଧ୍ୟାହ୍ନରେ ଏହି ଚଢ଼ାଉ କରାଯାଇଥିଲା । ଦୋକାନରେ ସମସ୍ତ ପ୍ରକାର ଜିନିଷ ବିକ୍ରି କରିବା ସହ ବେଆଇନ ମଦ ମଧ୍ୟ ବିକ୍ରି କରୁଥିଲା ବୋଲି ପୋଲିସ ସୂଚନା ଦେଇଛି । ବିଦେଶୀ ମଦ ସହ ଉକ୍ତ ଲୋକେ ଆନନ୍ଦ ପ୍ରକାଶକୁ ଗିରଫ କରିଛି । କେସ ନଂ ୧୦୯/୨୩ ବଳରେ ଅଭିଯୁକ୍ତ ପ୍ରଶାନ୍ତ ମହାନ୍ତ (୩୫) କୁ ଶୁକ୍ରବାର କୋର୍ଟ ଚାଲାଣ କରିଛି ପୋଲିସ ।

Advertisement

Leave a Reply

Your email address will not be published. Required fields are marked *