Pratidin TV

Odisha's Digital News Platform

ବନ ବିଭାଗ ଦ୍ୱାରା ବିରଳ ପ୍ରଜାତିର ପାଟ ମୂଷା ଉଦ୍ଧାର …

1 min read

ମୋହନା : ଗଜପତି ଜ଼ିଲ୍ଲା ମୋହନା ବନବିଭାଗ ଦ୍ୱାରା କଲେଜ ଛକ ନିକଟ ନିରଞ୍ଜନ ସାହୁଙ୍କ ଘରକୁ ଏକ ବିରଳ ପ୍ରଜାତିର ପାଟ ମୂଷା ପଶି ଆସିଥିଲା। ମୂଷାକୁ ଦେଖି ସେ ମୋହନା ବନ ବିଭାଗକୁ ଖବର ଦେଇଥିଲେ।

ଖବର ପାଇ ଫରେଷ୍ଟର ଦେବାଶୀଷ ଶତପଥୀ ଓ କର୍ମଚାରୀ ପହଞ୍ଚି ପାଟ ମୂଷାକୁ ଉଦ୍ଧାର କରି କାର୍ଯ୍ୟାଳୟକୁ ଆଣିଥିଲେ । ପାଟ ମୂଷାଟିର ବୟସ ପ୍ରାୟ ୬ ରୁ ୮ ମାସ ହେବ । ତାକୁ ୨ଦିନ କାର୍ଯ୍ୟାଳୟରେ ରଖି ତା’ର ସ୍ଵାସ୍ଥ୍ୟ ପରୀକ୍ଷା ଚିକିତ୍ସକଙ୍କ ଦ୍ୱାରା କରାଯିବା ପରେ ତାକୁ ଲଖାରି ଅଭୟରଣ୍ୟରେ ନେଇ ଛଡା ଯିବ ବୋଲି ମୋହନା ରେଞ୍ଜର ସୂଚନା ଦେଇଛନ୍ତି ।

Advertisement

Leave a Reply

Your email address will not be published. Required fields are marked *