Pratidin TV

Odisha's Digital News Platform

ବନ ବିଭାଗର ଚଢାଉ ; ମାଲ ବୋଝେଇ ୧୨ ଚକିଆ ଟ୍ରକରୁ ଜବତ୍ ହେଲା ଚୋରା ଆଇରନ ଓର୍…

1 min read

କେନ୍ଦୁଝର : ଅଚାନକ ବନବିଭାଗର ଚଢ଼ାଉ ଏକ ମାଲ ବୋଝେଇ ବାର ଚକିଆ ଟ୍ରକ ଜବତ । ଯେଊଁଥିରୁ ଚୋରା ଆଇରନ୍ ଓର୍ ଜବତ୍ ହୋଇଛି । କିନ୍ତୁ ଘଟଣା ସ୍ଥଳରୁ ମାଫିଆ ଫେରାର୍ ମାରିଛି ।

ଖବର ଅନୁଯାୟୀ ଗତକାଲି କେନ୍ଦୁଝର, ବଡ଼ବିଲ ରେଞ୍ଜ, ବିଲେଇପଦା ସେକ୍ସନ ଅନ୍ତର୍ଗତ ଅଂସେଇକଳା ପଞ୍ଚାୟତ, ଜୁଗୁଡ଼ିଦର ଗ୍ରାମ୍ୟ ଜଙ୍ଗଲରୁ BR 01 GB 7283 ନମ୍ବର ୧୨ ଚକିଆ ଟ୍ରକ୍ ଯୋଗେ ଚୋରା ଆଇରନ ଓର୍ ବୋଝେଇ କରି ଚାଲାଣ ହେଉଥିବା ଖବରପାଇ ବନ କର୍ମଚାରୀ ଚଢ଼ାଉ କରିଥିଲେ । ତେବେ ଟ୍ରକଟି କାଦୁଅ ରାସ୍ତାରେ ଫସିଯିବା କାରଣରୁ ଡ୍ରାଇଭର ଓ ମାଫିଆମାନେ ସେଠାରେ ଟ୍ରକକୁ ଛାଡ଼ି ଫେରାର ହୋଇଯାଇଥିଲେ ।

Advertisement

ବନ ବିଭାଗ ଟ୍ରକକୁ ଜବତକରିବା ସହିତ ଏକ ମାମଲା ରୁଜ୍ଜୁକରି ତଦନ୍ତ ଚଳାଇଛି । ଯେଉଁମାନେ ଏହି ଚୋରା କାରବାରରେ ସଂପୃକ୍ତ ଥିବେ ସେମାନଙ୍କ ପତ୍ତା ଲଗାଇ ଗିରଫ କରାଯିବ ବୋଲି ବଡବିଲ ବାନାଞ୍ଚଳ ଅଧିକାରୀ କହିଛନ୍ତି ।

Leave a Reply

Your email address will not be published. Required fields are marked *