Pratidin TV

Odisha's Digital News Platform

ଜରିବସ୍ତାରେ ଚାଲିଥିଲା କଇଁଛ ଚାଲାଣ , ଧରିଲା ବନବିଭାଗ ..

1 min read

ନବରଙ୍ଗପୁର : ନମ୍ବର ନଥିବା ମଟର ସାଇକେଲରେ ଚାଲିଛି କଇଁଛ ଚାଲାଣ ।ନବରଙ୍ଗପୁର ଅଂଚଳରେ ଜଣେ ବ୍ୟକ୍ତି ନମ୍ବର ନଥିବା ଏକ ମଟର ସାଇକେଲ ରେ ପଛପଟେ ଜରିବସ୍ତା ଲଦି ଯାଉଥିବା ଦେଖି ସନ୍ଦେହ କରି ବନଝରୀଗାଁ ବନବିଭାଗ ସନ୍ଧ୍ୟା ୪:୩୦ ଘଣ୍ଟା ସମୟରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ବନକର୍ମଚାରୀ ମାନେ ଯୋଡ଼ାଆମ୍ବ ଠାରେ ଉକ୍ତ ଗାଡିକୁ ଅଟକେଇ ଥିଲେ। ଯାଞ୍ଚ କରିବାରୁ ମଟର ସାଇକେଲ ର ପଛପଟେ ବାନ୍ଧିଥିବା ଜରିବସ୍ତା ଭିତରେ ୬୨ଗୋଟି କଇଁଛ ଦେଖି ଉକ୍ତ ବ୍ୟକ୍ତି କୁ ଅଟକ ରଖିଥିଲେ । ପଚରାଉଚରା କରିବାରୁ ବ୍ୟକ୍ତି ଜଣକ ନିଜ ନାମ ଧୀରଜ ମିସ୍ତ୍ରୀ (୩୫) ଓ କୋଦଭଟ୍ଟା ଗ୍ରାମ ର ବାସିନ୍ଦା ବୋଲି କହିଥିଲେ ।

ସେ କଳାହାଣ୍ଡି ଜିଲ୍ଲାର କୋକସରା ବ୍ଲକ ଅନ୍ତର୍ଗତ ଗୋତୋମୁଣ୍ଡା ପଂଚାୟତ ରୁ ନେଇକି ଆସୁଛନ୍ତି ବୋଲି କହିଥିଲେ । ଉକ୍ତ ବ୍ୟକ୍ତିଙ୍କ ନାମରେ କେସ ନମ୍ବର ୩୧/୨୩-୨୪ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ କୁ କୋର୍ଟ ଚାଲାଣ କରାଯାଇଛି । ଏହି ସମୟରେ ଫରେଷ୍ଟର ଗୁପ୍ତ ପ୍ରସାଦ ମହାନ୍ତି, ଏନ ବାବାଜୀ ରାଓ, ଅନନ୍ତ କୁମାର ଝାଙ୍କର ଓ ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ ।

Advertisement

Leave a Reply

Your email address will not be published. Required fields are marked *