Pratidin TV

Odisha's Digital News Platform

ମୋବାଇଲରେ ଭିଡିଓ କରୁଥିବା ବେଳେ ବନ କର୍ମଚାରୀଙ୍କୁ ଦଳି ମାରିଦେଲା ଦନ୍ତା…

1 min read


ସଗଡ଼ଚିରୋଲୀ:ଦିନକୁ ଦିନ ବଢି ଚାଲିଛି ହାତୀ ଉପଦ୍ରବ । ମହାରାଷ୍ଟ୍ରରେ ଘଟି ଯାଇଛିି ଏକ ଦଃୁଖଦ ଘଟଣା । ହଁ ଆଜ୍ଞା ହାତୀ ଆକ୍ରମଣରେ ଆଖି ବୁଜିଲେ ଜଣେ ବନ କର୍ମଚାରୀ । ତେବେ ଅନେକ ସମୟରେ ଖାଦ୍ୟ ଅନ୍ୱେଷଣରେ ବନ୍ୟଜନ୍ତୁ ଜନବସତି ମୁହାଁ ହେଉଥିବା ବେଳେ ଖାସ୍ କରି ହତୀ ମାନଙ୍କର ଉତ୍ପାତ ବଢି ଚାଲିଛି । କେତେବେଳେ ଗାଁ ଗହଳିରେ ପଶି ଘର ଦ୍ୱାର ଭାଙ୍ଗି ଖାଦ୍ୟ ଶସ୍ୟ ନଷ୍ଟ କରୁଛନ୍ତି ତ ଆଉ କେତେବେଳେ ନିରିହ ଲୋକମାନଙ୍କ ଜୀବନ ନେବାକୁ ବି ପଛାଉ ନାହାନ୍ତି । ସେହିଭଳି ଗୋଟେ ବଣୁଆ ହାତୀ ଆକ୍ରମଣରେ ପ୍ରାଣ ହରାଇ ହରାଇଛନ୍ତି ବନ କର୍ମଚାରୀ । ହାତୀ ମାନଙ୍କର ଭିଡିଓ ଉତ୍ତୋଳନ କରିବା ପଡିଲା ମହଙ୍ଗା । ହାତୀ ପଲଙ୍କୁ ଘଉଡାଇ ବେଳେ ବନ କର୍ମଚାରୀଙ୍କୁ ଦଳି ଦେଲା ହାତୀ । ଆଉ ଘଟଣା ସ୍ଥଳରେ ହିଁ ତାଙ୍କ ମୃତ୍ୟୁ ଘଟିଥିବା କୁହାଯାଇଛି ।

ଏଭଳି ଅଭାବନୀୟ ଘଟଣା ଘଟିଛି ମହାରାଷ୍ଟ୍ରର ଗଡ଼ଚିରୋଲୀ ଜିଲ୍ଲାରେ । ଆଉ ହାତୀ ଆକ୍ରମଣରେ ପ୍ରାଣ ହରାଇଥିବା ବନ କର୍ମଚାରୀ ଜଣକ ହେଉଛନ୍ତି ଡ୍ରାଇଭର୍ ବି. ଅତରାମ । ସୂଚନା ମୁତାବକ ଶନିବାର ଦିନ ପଲାସଗାଓଁ ଜଙ୍ଗଲକୁ ବଣୁଆ ହାତୀମାନେ ପଶି ଆସିଥିବା ନେଇ ଗାଁ ଲୋକେ ବନ କର୍ମଚାରୀଙ୍କୁ ଖବର ଦେଇଥିିଲେ । ଖବର ପାଇ ଅତରାମଙ୍କ ସମେତ ବନ ବିଭାଗର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ । ବନ ବିଭାଗ ଟିମ୍ ହାତୀପଲକୁ ଘଉଡ଼ାଉ ଥିବା ବେଳେ ଅତରାମ ରାସ୍ତାକଡ଼ରେ ଗାଡ଼ି ରଖି ଭିଡିଓ ରେକର୍ଡିଙ୍ଗ୍ କରୁଥିଲେ । ଆଉ ଏତିକି ବେଳେ ହାତୀ ପଲଙ୍କ ମଧ୍ୟରୁ ଗୋଟେ ହାତୀ ଅତାରାମଙ୍କ ଆଡ଼କୁ ମାଡି ଆସିଲା । ଅନ୍ୟମାନେ ସେଠାରୁ ଶୀଘ୍ର ଦୈାଡ଼ି ପଳାଇ ଆସିଲା ବେଳେ ଅତରାମ ମଧ୍ୟ ଦୈାଡିବାକୁ ଲାଗିଲେ । ହେଲେ ହଠାତ୍ ସେ ଝୁଣ୍ଟି ଯାଇ ତଳେ ପଡ଼ିଯାଇଥିଲେ । ଆଉ ହାତୀଟି ତାଙ୍କୁ ଗୋଡ଼ରେ ଦଳି ମାରିପକାଇଲା । ଫଳରେ ସେଇଠି ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ପରେ ଘଟଣାସ୍ଥଳରୁ ଅତରାମଙ୍କ ଶବ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ କରିବାକୁ ଉପଜିଲ୍ଲା ହସ୍ପିଟାଲ୍ ବାସଲାକୁ ପଠାଯାଇଛି । ଅନ୍ୟପଟେ ବନ ବିଭାଗର ପଦସ୍ଥ ଅଧିକାରୀମାନେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିବ ଜଣାପଡିଛି । ତେବେ ପୂର୍ବରୁ ସେହି ଅଞ୍ଚଳରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ବର୍ତ୍ତମାନ ଏହି ଘଟଣାକୁ ନେଇ ସ୍ଥାନୀୟରେ ଚର୍ଚ୍ଚା ଲାଗିରହିଛି ।

Advertisement

Leave a Reply

Your email address will not be published. Required fields are marked *