Pratidin TV

Odisha's Digital News Platform

ଡିଏଫ୍‌ଓ ପକାଉଥିଲେ ପ୍ରେସର , ଶେଷ ଚିଠି ଲେଖି ଜୀବନ ହାରିଲେ ଫରେଷ୍ଟର …

1 min read

ରାୟଗଡା ; ରାୟଗଡ଼ା ଫରେଷ୍ଟ ଡିଭିଜନ ଦ୍ୱାରା ପରିଚାଳିତ ଜାରିଂ ହାଇଟେକ୍ ନର୍ସରୀ ରିସର୍ଚ୍ଚ ସେଣ୍ଟରରେ କାମ କରୁଥିବା ଫରେଷ୍ଟର ସଞ୍ଜୟ ନାୟକ (୩୩) ନିଜ ଜୀବନ ହାରିଦେଇଛନ୍ତି । ଭବାନୀପାଟଣା ଫରେଷ୍ଟ କଲୋନିସ୍ଥିତ କ୍ୱାର୍ଟର୍ସରୁ ବୁଧବାର ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ବାରମ୍ବାର ପିସି ପାଇଁ ରାୟଗଡ଼ା ଡିଏଫ୍ଓ ଚାପ ପକାଇବାରୁ ସେ ଜୀବନ ହାରିଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ଏ ସଂକ୍ରାନ୍ତରେ ମୃତ ସଞ୍ଜୟଙ୍କ ଭାଇ ରବିନାରାୟଣ ନାୟକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଟାଉନ୍ ଥାନା ପୁଲିସ୍ ଘଟଣାସ୍ଥଳରୁ ସୁଇସାଇଡ୍ ନୋଟ୍ ଜବତ କରିଛି । ଏହାକୁ ସିଲ୍ କରି କଳାହାଣ୍ଡି ଏସ୍ପିଙ୍କ ଜିମା ଦିଆଯାଇଛି ।

ଫରେଷ୍ଟର ସଞ୍ଜୟଙ୍କ ପୈତୃକ ଘର ରାୟଗଡ଼ା ବ୍ରାହ୍ମଣସାହିରେ । ପୁଲିସ୍ ରୁ ସୂଚନା ପାଇ ସଞ୍ଜୟଙ୍କ ମା’ହେମଲତା ନାୟକ, ସମ୍ପର୍କୀୟ ଭାଇ ପ୍ରଦୀପ ନାଏକ ଓ ମାମୁ ସନ୍ତୋଷ ନାୟକ ପ୍ରମୁଖ ଭବାନୀପାଟଣା ପହଞ୍ଚିଛନ୍ତି । ଶବ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି । ମୃତକଙ୍କ ଭାଇ ରବିନାରାୟଣ ସୁଇସାଇଡ୍ ନୋଟ୍ ପଢ଼ିଥିଲେ । ତାଙ୍କ ଅଭିଯୋଗ ଅନୁସାରେ ସଞ୍ଜୟ ୪ବର୍ଷ ହେଲା ଜାରିଂ ରିସର୍ଚ୍ଚ ସେଣ୍ଟରରେ କାମ କରୁଥିଲେ । ତାଙ୍କୁ ଡିଏଫ୍ଓ ବାରମ୍ବାର ପିସି ପାଇଁ ଚାପ ପକାଉଥିଲେ । ଗତବର୍ଷ ୭ଲକ୍ଷ ଟଙ୍କା ପିସି ମାଗିଥିଲେ। ଚଳିତବର୍ଷ ସଞ୍ଜୟ ତାଙ୍କୁ ଅଢ଼େଇ ଲକ୍ଷ ଦେଇଥିଲେ ।

Advertisement

ଏତିକିରେ ଡିଏଫ୍ଓ ସନ୍ତୁଷ୍ଟ ହୋଇ ନ ଥିଲେ । ବାଧ୍ୟ କରିବାରୁ ସଞ୍ଜୟ ଏସି କିଣି ଦେଇଥିଲେ । ଏକ ମନ୍ଦିର ପାଇଁ ୪୦ହଜାର ଡୋନେସନ୍ ବ୍ୟବସ୍ଥା କରିଥିଲେ । ଡିଏଫ୍ଓଙ୍କ ଘରେ ବୋରୱେଲ ଖନନ ମଧ୍ୟ କରାଇଥିଲେ। ବାରମ୍ବାର ଚାକିରିରୁ କାଢ଼ି ଦେବାକୁ ଧମକ ଦେଇ ପିସି ଦାବି କରୁଥିବା ନେଇ ସୁଇସାଇଡ୍ ନୋଟ୍ରେ ଉଲ୍ଲେଖ ଥିବା ରବି ଅଭିଯୋଗ କରିଛନ୍ତି । ରବି ଆହୁରି ମଧ୍ୟ କହିଛନ୍ତି, ଗତ ୧ ତାରିଖରେ ସଞ୍ଜୟଙ୍କୁ ଜବରଦସ୍ତି ବଲାଙ୍ଗିରକୁ ବଦଳି କରାଯାଇଥିଲା । ଡିଏଫ୍ଓ ବାରମ୍ବାର ମାନସିକ ଚାପଦେବାରୁ ସେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେବାକୁ ବାଧ୍ୟ ହେଲେ ।

Leave a Reply

Your email address will not be published. Required fields are marked *