Pratidin TV

Odisha's Digital News Platform

ରେଳ ଟ୍ରାକରେ ଚାଲିଗଲା ୩ ବାଘ ଶାବକଙ୍କ ଜୀବନ , ଏବେ ଗିରଫ ହେବ ଟ୍ରେନ !

1 min read

ବାଘ ମାରି ଟ୍ରେନ ହେବ ଗିରଫ । ଏକଥା କଥା ଶୁଶିଲେ ଯେ କେହି ବି ବିଶ୍ୱାସ କରିବେନି । ହେଲେ ମଧ୍ୟପ୍ରଦେଶର  ବନ ବିଭାଗ ଏକ ଟ୍ରେନ୍‌କୁ ଗିରଫ କରିବାକୁ ଯୋଜନା କରୁଛି। ଯଦି ବନ ବିଭାଗର ଯୋଜନା ସଫଳ ହୁଏ ତେବେ ୩ ବାଘ ଶାବକଙ୍କ ଜୀବନ ନେଇଥିବା ଟ୍ରେନ୍‌କୁ ଗିରଫ କରାଯିବ। ରତାପାନି ବନ୍ୟପ୍ରାଣୀ ଅଭୟାରଣ୍ୟ ଦେଇ ଯାଉଥିବା ମିଡଘାଟ-ବୁଦ୍ଧନି ରେଳ ଟ୍ରାକରେ ତିନିଟି ବାଘ ଶାବକଙ୍କର ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ ବନ ଅଧିକାରୀମାନେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ବରିଷ୍ଠ ଅଧିକାରୀଙ୍କ ଉପରେ ଚାପ ପକାଉଛନ୍ତି। ଆସାମରେ ଗିରଫ ହୋଇଥିବା ଟ୍ରେନ୍ ଭଳି ଏବେ ବାଘ ଶାବକଙ୍କୁ ମାରିଥିବା ଟେନ୍ ଉପରେ ମଧ୍ୟ କଡା କାର୍ଯ୍ୟାନୁଷ୍ଠାନ ପାଇଁ ବନ ବିଭାଗର ଅଧିକାରୀମାନେ ଦାବି କରୁଛନ୍ତି। ଏକାଠି ତିନି ବାଘ ଶାବକଙ୍କର ମୃତ୍ୟୁ ଛୋଟ କଥା ନୁହେଁ। ଏହି ଘଟଣା ଯୋଗୁ ମଧ୍ୟପ୍ରଦେଶର ଜଙ୍ଗଲ ଅଧିକାରୀମାନେ ଚିନ୍ତିତ ହୋଇପଡିଛନ୍ତି। ଏହି ଘଟଣାକୁ ଏଡାଇ ଦିଆଯାଇଥାନ୍ତା ବୋଲି ସେ କହିଛନ୍ତି। ଆସନ୍ତୁ ୧୪ ଜୁଲାଇ ରାତିରେ ଏକ ଟ୍ରେନ୍ ୩ ବାଘ ଶାବକଙ୍କୁ ଧକ୍କା ଦେଇଥିଲା।

ସେମାନଙ୍କ ମଧ୍ୟରୁ ଗୋଟିଏ ଶାବକ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲେ କିନ୍ତୁ ଅନ୍ୟ ଦୁଇ ଶାବକଙ୍କୁ ୧୫ ଦିନ ପର୍ଯ୍ୟନ୍ତ ଜୀବନ ଏବଂ ମୃତ୍ୟୁ ପାଇଁ ସଂଗ୍ରାମ କରିବାକୁ ପଡିଥିଲା। ପରେ ଉଭୟଙ୍କର ମୃତ୍ୟୁ ଘଟିଥିଲା। ୩ ଶାବକ ମା’ପଛେ ପଛେ ଯାଉଥିବାବେଳେ ଏହି ଅଭାବନୀୟ ଘଟଣା ଘଟିଥିଲା। ରିପୋର୍ଟ ଅନୁଯାୟୀ ଜଣେ ଅଧିକାରୀ କହିଛନ୍ତି, ଆମେ ସେହି ଟ୍ରେନ୍‌ର ଇଞ୍ଜିନ୍‌କୁ ଗିରଫ କରିବା ଆବଶ୍ୟକ ଏହା ଏକ କ୍ଷତି ଯାହା ପୂରଣ ହୋଇପାରିବ ନାହିଁ। ସେ ଏହା ମଧ୍ୟ କହିଛନ୍ତି ଯେ ଯଦି ଆସାମ ବନ ବିଭାଗ ଏକ ହାତୀ ଏବଂ ତାର ଶାବକର ମୃତ୍ୟୁ ପାଇଁ ଟ୍ରେନ୍ ଇଞ୍ଜିନକୁ ଗିରଫ କରିଥିଲା ତେବେ ଆମେ କାହିଁକି ଆମର ବାଘ ଶାବକଙ୍କ ପାଇଁ ସେଭଳି କରିପାରିବୁ ନାହିଁ? ସୂଚନାନୁଯାୟୀ ,,୨୦୨୦ ମସିହାରେ ଆସାମ ବନ ବିଭାଗ ଏକ ହାତୀ ଏବଂ ତା’ର ଶାବକକୁ ହତ୍ୟା କରିବା ଅଭିଯୋଗରେ ଟ୍ରେନ୍‌ର ଇଞ୍ଜିନକୁ ଗିରଫ କରିଥିଲା। ଏହି ଦୁର୍ଘଟଣାରେ ହାତୀଟି ଟ୍ରେନରେ ଫସି ରହି ଏକ କିଲୋମିଟର ପର୍ଯ୍ୟନ୍ତ ଟାଣି ହୋଇଯାଇଥିଲା। ଏହା ପରେ ପାଇଲଟ ଏବଂ ସହ-ପାଇଲଟଙ୍କୁ ନିଲମ୍ବିତ କରାଯାଇଥିଲା। ଏବେ ଏହି ଘଟଣା ପରେ ମଧ୍ୟପରଦେଶ ବନ ବିଭାଗ ସମାନ କାର୍ଯ୍ୟ କରିବାକୁ ଚାଁହୁଛନ୍ତି ।

Leave a Reply

Your email address will not be published. Required fields are marked *