Pratidin TV

Odisha's Digital News Platform

ସୁଭଦ୍ରା ଯୋଜନା ପାଇଁ ଆଜିଠୁ ହେବ ଫର୍ମ ଦାଖଲ ! ଜାଣନ୍ତୁ, କେମିତି କରିବେ ଫର୍ମ ଦାଖଲ?

1 min read

ଆଜି ଭୁବନେଶ୍ୱରବାସୀଙ୍କୁ ମିଳିବ ସୁଭଦ୍ରା ଫର୍ମ | ସୁଭଦ୍ରା ଯୋଜନା ପାଇଁ ମହିଳାଙ୍କ ଆକାଉଣ୍ଟଙ୍କୁ ଟଙ୍କା ପଠାଯିବାକୁ ଥିବା ବେଳେ BMC ପକ୍ଷରୁ ଫର୍ମ ବଣ୍ଟନ କାର୍ଯ୍ୟକ୍ରମ ଆଜିଠାରୁ ଆରମ୍ଭ ହୋଇଛି | ମହାନଗର ନିଗମ ଅଞ୍ଚଳର ୬୬୫ ସ୍ଥାନରେ ଏହି ଫର୍ମ ବଣ୍ଟନ କରଯାଉଛି | ପ୍ରତି ୱାର୍ଡ଼ରେ ଅତିକ୍ରମରେ ୨ଟି ସ୍ଥାନରେ ଆବେଦନ ପତ୍ର ଗ୍ରହଣ ପାଇଁ ବ୍ୟବସ୍ଥା କରାଯାଇଛି | ଏହାବ୍ୟତୀତ ମୁଖ୍ୟ କାର୍ଯ୍ୟାଳୟରେ ମଧ୍ୟ ମହିଳା ମାନଙ୍କୁ ଫର୍ମ ବଣ୍ଟନର ବ୍ୟବସ୍ଥା କରାଯାଇଛି | ଏହି ଫର୍ମ ସମ୍ପୂର୍ଣ୍ଣ ମାଗଣା ଦିଆଯାଉଛି | ଯଦି କୌଣସି ବ୍ୟକ୍ତି ଏହି ଫର୍ମ ବଣ୍ଟନ ପାଇଁ ଟଙ୍କା ନିଅନ୍ତି ତେବେ ଟୋଲ ଫ୍ରି ନମ୍ବର ଜରିଆରେ ଅଭିଯୋଗ କରିପାରିବେ | ତେବେ ଯୋଗ୍ୟ ହିତାଧିକାରୀମାନେ ଯେପରି ଏହି ସୁବିଧାରେ ଏହି ଆବେଦନ ପତ୍ର ପାଇପାରିବେ ଏବଂ ଆବେଦନ କରିପାରିବେ ସେଥିପାଇଁ ବ୍ୟବସ୍ଥା କରାଯାଇଛି ବୋଲି BMC କମିଶନର ରାଜେଶ ପ୍ରଭାକର ପାଟିଲ କହିଛନ୍ତି |

BMCର ୩ଟି ଜୋନ ଯଥା ଉତ୍ତର ଜୋନର ୪୨ଟି ସ୍ଥାନରେ ଦକ୍ଷିଣ-ପୂର୍ବ ଜୋନର ୫0ଟି ସ୍ଥାନରେ ଏବଂ ଦକ୍ଷିଣ-ପଶ୍ଚିମ ଜୋନର ୪୨ଟି ସ୍ଥାନରେ ଏହି ଫର୍ମ ବଣ୍ଟନ କରାଯାଉଛି | ସେହିପରି CDPO ୧ଙ୍କ ଅଧୀନରେ ୧୨0ଟି ଅଙ୍ଗନବାଡି କେନ୍ଦ୍ର, CDPO ୨ ଙ୍କ ଅଧୀନରେ ୧0୨ଟି ଅଙ୍ଗନବାଡି କେନ୍ଦ୍ର CDPO ୩ଙ୍କ ଅଧୀନରେ ୧୫୬ଟି ଅଙ୍ଗନବାଡି କେନ୍ଦ୍ରରେ ସୁଭଦ୍ରା ଫର୍ମ ବଣ୍ଟନ କରାଯାଉଛି |

ଏହାବ୍ୟତୀତ ୧୫୬ଟି ଜନସେବା କେନ୍ଦ୍ର ତଥା ମୋ ସେବା କେନ୍ଦ୍ରରେ ମଧ୍ୟ ଏହି ଫର୍ମ ମିଳୁଛି | ଫର୍ମ ନେବା ପାଇଁ କିମ୍ବା ଫର୍ମ ମିଳୁଥିବା ସ୍ଥାନରେ ଭିଡ଼ ନ କରିବାକୁ କମିଶନର ପରାମର୍ଶ ଦେଇଛନ୍ତି | ଫର୍ମଟିକୁ ନିର୍ଭୁଲ ଭାବରେ ଫିଲ ଅପ କରି ନିଜ ନିକଟସ୍ଥ ଜନସେବା କେନ୍ଦ୍ର କିମ୍ବା ମୋ ସେବା କେନ୍ଦ୍ରରେ ପ୍ରଦାନ କରିବେ କିମ୍ବା ଅନଲାଇନରେ ଅପଲୋଡ଼ କରିପାରିବେ |

Leave a Reply

Your email address will not be published. Required fields are marked *