ପରଲୋକରେ କଂଗ୍ରେସର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ମାଝୀ ।
1 min readପରଲୋକରେ କଂଗ୍ରେସର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ମାଝୀ । ଗତକାଲି କୋରାପୁଟ ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ମାଝୀ ଆଖିବୁଜିଦେଇଛନ୍ତି ।
ଭୁବନେଶ୍ୱର ସ୍ଥିତ AIIMS ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ। ପ୍ରାୟ ୩ ମାସ ହେବ AIIMSରେ ଚିକିତ୍ସାଧୀନ ଥିଲେ। ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଛି।
ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୨୦୦୮ ମସିହାରେ ଲକ୍ଷ୍ମୀପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ହୋଇଥିବା ଉପ ନିର୍ବାଚନରେ ସେ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ସେ ଦିବଂଗତ କଂଗ୍ରେସ ବିଧାୟକ ଅନନ୍ତରାମ ମାଝୀଙ୍କ ପୁଅ । ଅନନ୍ତରାମଙ୍କ ଦେହାନ୍ତ ପରେ ୨୦୦୮ରେ ସେ ଲକ୍ଷ୍ମୀପୁରର ବିଧାୟକ ହୋଇ ଚର୍ଚ୍ଚାକୁ ଆସିଥିଲେ ।