Pratidin TV

Odisha's Digital News Platform

ଥିଲେ ଆର୍ଯ୍ୟନ ହେଲେ ଅନାୟା , ସର୍ଜରୀ କରି ପୁଅରୁ ଝିଅ ହୋଇଗଲେ କ୍ରିକେଟରଙ୍କ ପୁଅ..

1 min read

ପୁଅରୁ ଝିଅ ହୋଇଗଲେ ପୂର୍ବତନ କ୍ରିକେଟରଙ୍କ ସନ୍ତାନ। ପୂର୍ବତନ ଭାରତୀୟ କ୍ରିକେଟର ସଞ୍ଜୟ ବଙ୍ଗରଙ୍କ ପୁଅ ଆର୍ଯ୍ୟନଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। ଯେଉଁଥିରେ ତାଙ୍କର ହରମୋନ୍ ପରିବର୍ତ୍ତନର କାହାଣୀ କୁହାଯାଇଛି।ଭିଡିଓରେ ଦର୍ଶାଯାଇଛି ଯେ ୧୦ ମାସ ପୂର୍ବେ ପୁଅ ଭାବେ ଜୀବନ ବିତାଉଥିବା ଆର୍ଯ୍ୟନ୍ ବର୍ତ୍ତମାନ ସମ୍ପୁର୍ଣ୍ଣ ଝିଅ ହୋଇଯାଇଛନ୍ତି।ଆଉ ଏବେ ଆର୍ଯ୍ୟନ ନାମ ପରିବର୍ତ୍ତନ କରି ଅନାୟା ପାଲଟିଛନ୍ତି। ଆର୍ଯ୍ୟନ ବର୍ତ୍ତମାନ ଇଂଲଣ୍ଡର ମଞ୍ଚେଷ୍ଟର ସହରରେ ରୁହନ୍ତି।

Advertisement

ଅନାୟା ନିଜ ଇନଷ୍ଟାଗ୍ରାମରେ ନିଜର ଯାତ୍ରା ବିଷୟରେ ପ୍ରକାଶ କରିଛନ୍ତି।ଆର୍ଯ୍ୟନ ଲିଙ୍ଗ ଅସ୍ତ୍ରୋପଚାର ପରେ ତାଙ୍କ ହରମୋନ ପରିବର୍ତ୍ତନ ବିଷୟରେ ଖୋଲାଖୋଲି ଭାବେ କାହିଁଛନ୍ତି । ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରି ସେ ହରମୋନ ରିପ୍ଲେସମେଣ୍ଟ ଥେରାପି (ଏଚ୍‌ଆର୍‌ଟି)ର ପ୍ରଭାବ ବିଷୟରେ କହିଥିଲେ। ଅନାୟା ଅସ୍ତ୍ରୋପଚାର ହେବାର ୧୧ ମାସ ବିତିଗଲାଣି।ଅନାୟା କହିଛନ୍ତି, ବୃତ୍ତିଗତ ଭାବରେ କ୍ରିକେଟ ଖେଳିବାର ମୋର ସ୍ବପ୍ନ ସବୁବେଳେ ଅସୁବିଧାରେ ପରିପୂର୍ଣ୍ଣ ଥିଲା। ସକାଳ ଓ ସନ୍ଧ୍ୟାରେ କଠିନ ପରିଶ୍ରମ କରିବା, ପଡ଼ିଆରେ ଅଭ୍ୟାସ କରିବା ଏବଂ ଅନ୍ୟମାନଙ୍କ ସମାଲୋଚନାର ସମ୍ମୁଖୀନ ହେବା ପାଇଁ ମୋତେ ପ୍ରତ୍ୟେକ ପଦକ୍ଷେପରେ ସଂଘର୍ଷ କରିବାକୁ ପଡୁଥିଲା।

ଅନାୟା ଆହୁରି ମଧ୍ୟ କହିଛନ୍ତି, କିନ୍ତୁ କ୍ରିକେଟ ବ୍ୟତୀତ ଅନ୍ୟ ଏକ ଯାତ୍ରା ଥିଲା – ମୋର ପ୍ରକୃତ ପରିଚୟ ଗ୍ରହଣ କରିବା ଅତ୍ୟନ୍ତ କଷ୍ଟସାଧ୍ୟ ଥିଲା, କାରଣ ମୋତେ ବୁଝିବା ଏବଂ ମୋର ପ୍ରକୃତ ପରିଚୟ ଗ୍ରହଣ କରିବା ପାଇଁ ମୋତେ ଅନେକ କଷ୍ଟଦାୟକ ନିଷ୍ପତ୍ତି ନେବାକୁ ପଡିଥିଲା।ଆର୍ଯ୍ୟାନଙ୍କ ପିତା ସଞ୍ଜୟ ବାଙ୍ଗର ନିଜେ ଭାରତୀୟ କ୍ରିକେଟର କିମ୍ବଦନ୍ତୀ ଅଟନ୍ତି। ସେ ୨୦୧୪ ରୁ ୨୦୧୮ ପର୍ଯ୍ୟନ୍ତ ଭାରତୀୟ ଦଳର ବ୍ୟାଟିଂ କୋଚ ଭାବରେ କାର୍ଯ୍ୟ କରିଛନ୍ତି ଏବଂ ଆଇପିଏଲ ୨୦୨୨ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ମୁଖ୍ୟ କୋଚଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି। ତେବେ ଏହି ଘଟଣାରେ ଆର୍ଯ୍ୟନଙ୍କ ପିତା ସଞ୍ଜୟ ବଙ୍ଗରଙ୍କ କୌଣସି ମତ ମିଳିପାରିନାହିଁ।

Leave a Reply

Your email address will not be published. Required fields are marked *