Pratidin TV

Odisha's Digital News Platform

ବିଜେଡିରେ ସାମିଲ ହେଲେ ଭିକେ ପାଣ୍ଡିଆନ୍‌

1 min read

ବିଜେଡିରେ ମିଶିଲେ ଭିକେ ପାଣ୍ଡିଆନ । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡିରେ ମିଶିଲେ ପାଣ୍ଡିଆନ । ୫ଟି ଏବଂ ନବୀନ ଓଡିଶା ଅଧ୍ୟକ୍ଷ ହେଉଛନ୍ତି ଭି କେ ପାଣ୍ଡିଆନ । କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ନବୀନ ନିବାସ ଯାଇ ଦଳର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ସାମିଲ ହୋଇଛନ୍ତି । ନବୀନ ନିବାସରେ ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ ଚାଲିଥିଲା । ଆଜି ସକାଳୁ ସକାଳୁ ନବୀନ ନିବାସରେ ପହଞ୍ଚିଥିଲେ ଅନେକ ବିଜେଡିର ବରିଷ୍ଠ ନେତା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରିଷ୍ଠ ନେତାଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିବା ବେଳେ ଏବେ ବିଜେଡିରେ ପାଣ୍ଡିଆନ ଯୋଗ ଦେବା ନେଇ ହେଲା ଘୋଷଣା । ବିଜେଡିରେ ବିଦ୍ଧିବଦ୍ଧ ଭାବେ ସାମିଲ ହୋଇଛନ୍ତି ଭିକେ ପାଣ୍ଡିଆନ୍ । ଅକ୍ଟୋବର ମାସରେ ସେ ପ୍ରଶାସନିକ ଅଧିକାରୀ ପଦରୁ ଅବ୍ୟାହତି ନେଇଥିଲେ । ଏହାପରେ କ୍ୟାବିନେଟ୍ ପାହ୍ୟା ସହିତ ତାଙ୍କୁ ନବୀନ ଓଡିଶା ଏବଂ ଫାଇଭ୍ ଟି ଅଧ୍ୟକ୍ଷ ଭାବେ ଦାୟିତ୍ୱ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Advertisement

Leave a Reply

Your email address will not be published. Required fields are marked *