Pratidin TV

Odisha's Digital News Platform

ଆଖିବୁଜିଲେ ପୂର୍ବତନ କଂସ ମହାରାଜ ଗୋପାଳ ସାହୁ , ୨୫ ବର୍ଷ ଧରି ଧନୁଯାତ୍ରାରେ ହୋଇଥିଲେ କଂସ ।

ପରଲୋକରେ ବରଗଡ ଧନୁଯାତ୍ରାର ପର୍ବତନ କଂସ ମହାରାଜ ଗୋପାଳ ସାହୁ । ୭୦ ବର୍ଷ ବୟସରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ଘଟିଛି ।

ଦୀର୍ଘ ୨୫ ବର୍ଷ ଧରି ଗୋପାଳ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିଥିଲେ । ନିଜ ଜୀବନ୍ତ ଅଭିନୟ ମାଧ୍ୟମରେ ସେ ବରଗଡ ସହ ପୁରା ଓଡିଶା ବାସୀଙ୍କ ହୃଦୟ ଜିତିଥିଲେ ।

ସେ ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ କାଇଁଶିର ଗ୍ରାମର ବାସିନ୍ଦା ଥିଲେ। ଝାରସୁଗୁଡ଼ାରେ ରହୁଥିବା ସାନପୁଅଙ୍କ ଘରେ ଗୋପାଳ ରହୁଥିଲେ। ଗତକାଲି ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ଝାରସୁଗୁଡ଼ାରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମଳିଛି।

Leave a Reply

Your email address will not be published. Required fields are marked *