Pratidin TV

Odisha's Digital News Platform

ଆରପାରିରେ ପୂର୍ବତନ ମନ୍ତ୍ରୀ ଡମ୍ବୁରୁଧର ଉଲାକା

1 min read

୮୭ବର୍ଷ ବୟସରେ ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଡମ୍ବୁରୁଧର ଉଲାକାଙ୍କ ପରଲୋକ | ଗତ ରାତି ପ୍ରାୟ ୧୧ ଟା ବେଳେ ତାଙ୍କର ମୃତ୍ୟୁ ହୋଇଥିବା ତାଙ୍କ ପୁତ୍ର ନୀଳମାଧବ ଉଲାକା ସୂଚନା ଦେଇଛନ୍ତି। ଡମ୍ବରୁଧର ଉଲାକାଙ୍କ ବିୟୋଗରେ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି।

ବିଷମକଟକରୁ ୫ଥର କଂଗ୍ରେସ ବିଧାୟକ ଥିବା ଡମ୍ବୁରୁଧର ଉଲାକା ଅସୁସ୍ଥତା କାରଣରୁ ଦୀର୍ଘଦିନ ହେବ ସେ ଚିକିତ୍ସାଧୀନ ଥିଲେ। ମଙ୍ଗଳବାର ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି। ସ୍ୱର୍ଗତ ଡମ୍ବରୁଧର ଉଲାକାଙ୍କ ମରଶରୀର ତାଙ୍କ ଜନ୍ମମାଟି ବାଙ୍କିଲିକୁ ଅଣାଯିବା ନେଇ ପରିବାର ପକ୍ଷରୁ ସୂଚନା ମିଳିଛି। ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁରରେ ୧୯୩୭ ମସିହାରେ ଜନ୍ମ ଗ୍ରହଣ କରିଥିବା ଡମ୍ବୁରୁଧର ଉଲାକା ବିୟୋଗରେ ରାୟଗଡା କଂଗ୍ରେସର କାର୍ଯ୍ଯକର୍ତ୍ତା କରିଛନ୍ତି ଶୋକ ପ୍ରକାଶ |

Advertisement

Leave a Reply

Your email address will not be published. Required fields are marked *