Pratidin TV

Odisha's Digital News Platform

ପଞ୍ଚଭୂତରେ ଲୀନ ହେଲେ ଦାମ ରାଉତ , ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସମ୍ପନ୍ନ ..

1 min read

ଆଜି ପଞ୍ଚଭୂତରେ ଜଳିଗଲେ ଓଡିଶା ରାଜୀତିର ମହାଦ୍ରୁମ ବାକ୍ୟ ବାଣ ଭାବେ ପରିଚିତ ଦାମଦର ରାଉତ । ଆଜି ତାଙ୍କର ଶାଣିତ ସ୍ୱର ଆଉ ଶୁଣିବାକୁ ମିଳିବନି । ରାଜନୀତିର ପିତାମହ ଭୀସ୍ମଙ୍କୁ ସବୁଦିନ ପାଇଁ ହରାଇଦଲେ ଓଡିଶାବାସୀ । ସ୍ପଷ୍ଟବାଦୀ , ନିର୍ଭିକତା ଯାହା କହୁଥିଲେ ସିଧାକଥା କହୁଥିଲେ । ନାଁ ସେ କେବେ ଅନ୍ୟାୟ ଆଗରେ ମୁଣ୍ଡ ନୁଆଁଉ ଥିଲେ ନାଁ ସାମ୍ବାଦିକଙ୍କ ପ୍ରଶ୍ନରେ ଚୁପ୍ ରହୁଥିଲେ । ଯାହା କହୁଥିଲେ ରୋକଠୋକ ।

ଆଜି ସେହି ସ୍ପଷ୍ଟବାଦୀ ନେତା ପଞ୍ଚଭୂତରେ ବିଲୀନ ହୋଇ ଯାଇଛି । ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ବଡପୁଅ ସମ୍ବୀତ ରାଉତରାୟ ତାଙ୍କୁ ମୁଖାଗ୍ନି ଦେଇଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ଶେଷ ଶ୍ରଦ୍ଧାଞ୍ଜଳୀ ଦିଆଯାଇଥିବା ବେଳେ ପୁରୀ ଏବଂ ଜଗତସିଂହପୁରର ଅନେକ ଶୁଭେଚ୍ଛୁ ଉପସ୍ଥିତ ଥିଲେ । ଗତକାଲି ୮୩ ବର୍ଷ ବୟସରେ ଏକ ଘରୋଇ ହସ୍ପିଟାଲରେ ୫.୨୩ ମିନିଟ୍ ରେ ଓଡ଼ିଶା ରାଜନୀତିର ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କ ପରଲୋକ ହୋଇଥିଲା । ଆଜି ଦାମ ରାଉତଙ୍କ ବିୟୋଗରେ ଝୁରୁଛି ଜନ୍ମମାଟି କାନ୍ଦୁଛନ୍ତି ଜନତା । ଦାମ ରାଉତଙ୍କ ବିୟୋଗରେ ଓଡିଶା ରାଜନୀତିରେ ଧୋତି ପିନ୍ଧା ରାଜନୀତିରେ ଅବସାନ ଘଟିଛି ।

Advertisement

Leave a Reply

Your email address will not be published. Required fields are marked *