Pratidin TV

Odisha's Digital News Platform

ହାତ ଛାଡି ଶଙ୍ଖ ଧରିଲେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା…

1 min read

ହାତ ଛାଡି ଶଙ୍ଖ ଧରିଲେ କଂଗ୍ରେସର ବରିଷ୍ଠ ନେତା ଗଣେଶ୍ୱର ବେହେରା । ନିକଟରେ କଂଗ୍ରେସରୁ ସେ ଇସ୍ତଫା ଦେଇଥିଲେ । ଆଜି ସେ ନିଜ ସମର୍ଥକ ମାନଙ୍କ ସହିତ ଆସି ଶଙ୍ଖ ଭବନରେ ସାମିଲ ହୋଇଛନ୍ତି । ବିଜେଡିର ବରିଷ୍ଠ ନେତା ପ୍ରତାପ ଜେନା, ଶଶିଭୂଷଣ ବେହେରା ଓ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି ।

ପୂର୍ବରୁ ସେ କଂଗ୍ରେସରୁ ଇସ୍ତଫା ଦେଇଥିଲେ । ସେ ତାଙ୍କ ଇସ୍ତଫାପତ୍ର ପିସିସି ସଭାପତିଙ୍କୁ ନିକଟକୁ ପଠାଇବା ସହିତ ଦଳ ତାଙ୍କୁ ବିଧାୟକ ଏବ˚ ବିଭିନ୍ନ କର୍ମକର୍ତ୍ତା ଭାବେ ଲୋକଙ୍କ ସେବା କରିବାର ସୁଯୋଗ ଦେଇଥିବାରୁ ସେ କ˚ଗ୍ରେସ ପ୍ରତି କୃତଜ୍ଞ ବୋଲି ଉଲ୍ଲେଖ କରିଥିଲେ । ତେବେ ବିଜେଡିରେ ଯୋଗ ଦେବା ପରେ ସେ କହିଥିଲେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ, ଓଡ଼ିଶାର ବିକାଶରେ ନିଜର ସାମାନ୍ୟତମ ଅବଦାନ ରଖିବା ପାଇଁ ଓ କେନ୍ଦ୍ରାପଡ଼ାର ବିକାଶକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ମୁଁ ବିଜେଡିରେ ସାମିଲ ହୋଇଛି ।

Advertisement

Leave a Reply

Your email address will not be published. Required fields are marked *