Pratidin TV

Odisha's Digital News Platform

ପୂର୍ବତନ ବିଧାୟକ ଅଶ୍ୱିନୀ ଗୁରୁଙ୍କ ପରଲୋକ 

1 min read

ପରଲୋକରେ ସମ୍ବଲପୁରର ପୂର୍ବତନ ବିଧାୟକ ଅଶ୍ୱିନୀ ଗୁରୁ | ୬୯ ବୟସରେ ଅଶ୍ୱିନୀ ଗୁରୁଙ୍କ ପରଲୋକ ହୋଇଛି | ଆଜି ସକାଳ ସମୟରେ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଛି | ବ୍ରଜରାଜ ନଗର ସ୍ଥିତ ହରିଓମ ବିହାର ଘରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି | ତାଙ୍କ ମର ଶରୀରକୁ ଶେଷ ଦର୍ଶନ ପାଇଁ ତାଙ୍କୁ ରଖାଯାଇଥିବା ବେଳେ ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି | ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ମଧ୍ୟ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି |

୧୯୮୦-୮୫ରେ କଂଗ୍ରେସ ଟିକେଟରୁ ସେ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ। ସେ କଂଗ୍ରେସର ଜଣେ ଦକ୍ଷ ନେତା ଭାବେ ବେଶ୍‌ ଜଣାଶୁଣା ଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ସମୟରେ ସେ ସମ୍ବଲପୁର ବିଧାୟକ ରହିଥିଲେ l ୨୦୧୮ରୁ ୨୦୨୨ ପର୍ଯ୍ୟନ୍ତ ସମ୍ବଲପୁର କଂଗ୍ରେସର ଜିଲା ସଭାପତି ଓ ଏଆଇସିସି ସଦସ୍ୟ ରହିଥିଲେ। କିନ୍ତୁ ବର୍ତ୍ତମାନ ହୃଦଘାତରେ ପରଲୋକ ଘଟିଛି | ସାରା ଅଞ୍ଚଳରେ ତାଙ୍କର ବେଶ ଖ୍ୟାତି ଥିଲା |

Advertisement

Leave a Reply

Your email address will not be published. Required fields are marked *