Pratidin TV

Odisha's Digital News Platform

ଗାଁ ଦାଣ୍ଡରେ ଝାଡୁ ଧରି ଅଳିଆ ସଫାକଲେ ପୂର୍ବତନ ବିଧାୟକ ବିଭୀଷଣ ମାଝୀ ..

1 min read

 ନିଜ ଗାଁ ଦାଣ୍ଡ ଆଗରେ ପଡ଼ି ରହିଥିବା  ଅଳିଆ ଆବର୍ଜନାକୁ ସଫାକଲେ ।   ଗାଁକୁ ପରିଷ୍କାର ସଫାସୂତୁରା ରଖିବା ପାଇଁ ଅଣ୍ଟାର ଗାମୁଛା ଭିଡ଼ି ହାତରେ ବେଲଚାଧରି ଗାଁ ଦାଣ୍ଡ ସଫାକଲେ ଲଷ୍ମୀପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ବିଭୀଷଣ ମାଝୀ ସାଙ୍ଗରେ ତାଙ୍କ ଧର୍ମପତ୍ନୀଙ୍କ ସହିତ ଗ୍ରାମର କିଛି ମହିଳାମାନେ ମିଶି ଆଜି ଗାଁ ଦାଣ୍ଡରେ ପଡିରହିଥିବା ଅଳିଆ ଆବର୍ଜନାକୁ ଗୋଟିଏ ଜାଗାରେ ଏକାଠି କରି ସଫା ସୁତୁରା କରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି ।

ଆମେ ପୂର୍ବତନ ବିଧାୟକ ଶ୍ରୀ ମାଝୀଙ୍କ ଠାରୁ ପଚାରି ବୁଝିଥିଲୁ ସେ ସିଧାସଳଖ ଭାବରେ କହିଥିଲେ ମୁଁ ନିଜେ ସଫେଇ କାର୍ଯ୍ୟ କରୁଥିବାରୁ ମୋତେ ଦେଖି ଅନ୍ୟ ମାନେ ମଧ୍ୟ ଏହି ସଫେଇ କାର୍ଯ୍ୟରେ ସାମିଲ ହେବେ ବୋଲି କହିଛନ୍ତି ଶ୍ରୀ ମାଝୀ  ।  ଖରାଦିନ ଗଲାପରେ  ଆଗକୁ ବର୍ଷାଦିନ ଆସିବ ସେଥିପାଇଁ ଗାଁକୁ ବର୍ଷା ଋତୁ ଆସିବା ପୂର୍ବରୁ ଏପରି କାମ କରାଯଉଛି, ବର୍ଷା ଋତୁ ଆସିଲେ କାଶୀପୁର ବ୍ଲକରେ ବିଭିନ୍ନ ସମୟରେ ରୋଗରେ  ଆକ୍ରାନ୍ତ ହୋଇଥାନ୍ତି ସ୍ଥାନୀୟ ବାସିନ୍ଦା । ଏପରି ଏକ ସୁନ୍ଦର କାର୍ଯ୍ୟରେ ପୂର୍ବତନ ବିଧାୟକ ଶ୍ରୀମାଝି ନିଜେ ଆଗଧାଡିରେ ସାମିଲ ହୋଇ କାମ କରୁଥିବା ଦେଖି ସାଧାରଣରେ ବେଶ ପ୍ରଶଂସା କରା ଯାଉଛି।

Advertisement

Leave a Reply

Your email address will not be published. Required fields are marked *