ପରଲୋକରେ ପିପିଲିର ପୂର୍ବତନ ବିଧାୟକ ‘ଯୁଧିଷ୍ଠିର ସାମନ୍ତରାୟ’
1 min readଭୁବନେଶ୍ୱର ; ଚିରନିଦ୍ରାରେ ପିପିଲିର ପୂର୍ବତନ ବିଧାୟକ ତଥା କଂଗ୍ରେସର ବରିଷ୍ଠ ନେତା ଯୁଧିଷ୍ଠିର ସାମନ୍ତରାୟ । ୭୩ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସେ ଦୀର୍ଘ ଦିନଧରି ଅସୁସ୍ଥ ଥିଲେ ଏବଂ ଆଜି ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।
ପିପିଲି ନିର୍ବାଚନମଣ୍ଡଳୀରେ କଂଗ୍ରେସର ଟାଣୁଆ ନେତା ଭାବେ ଜଣାଶୁଣା ଥିଲେ ଯୁଧିଷ୍ଠିର। ସେ କଂଗ୍ରେସ ଟିକେଟରୁ ୧୯୯୫ରୁ ୨୦୦୦ ମସିହା ପର୍ଯ୍ୟନ୍ତ ପିପିଲିର ବିଧାୟକ ରହିଥିଲେ। ଏହାପରେ ଯୁଧିଷ୍ଠିର ଲଗାତାର ୨୦୧୪ ପର୍ଯ୍ୟନ୍ତ ନିର୍ବାଚନ ଲଢିଥିଲେ ମଧ୍ୟ ପରାଜିତ ହୋଇଥିଲେ। କିନ୍ତୁ ସେ ୨୦୧୯ରେ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା ନ କରିବାର ନିଷ୍ପତ୍ତି ନେଇ କଂଗ୍ରେସ ଟିକେଟ ଫେରାଇ ଦେଇଥିଲେ। ତେବେ ଆଜି ଏବଳି ଟାଣୁଆ ନେତାକୁ ହରାଇ ମର୍ମାହତ କଂଗ୍ରେସ ଦଳ ।