Pratidin TV

Odisha's Digital News Platform

ଚର୍ଚ୍ଚାରେ ପୂର୍ବତନ ବିଧାୟକ ନବୀନ ନନ୍ଦ ; କରାଇଲେ ନିଜ ବୋହୂର ଦ୍ୱିତୀୟ ବିବାହ

1 min read

ଢେଙ୍କାନାଳ : ଚର୍ଚ୍ଚାରେ ଢେଙ୍କାନାଳ ବିଧାୟକ ନବୀନନ୍ଦ । କରାଇଲେ ଏଭଳି ମହାନ କାମ । ନିଜ ବିଧବା ବୋହୂର ଦ୍ୱିତୀୟ ବିବାହ କରାଇଲେ ନବୀନ ନନ୍ଦ ।

Advertisement

ଗତକାଲି ଭୁବନେଶ୍ୱର ନୟାପଲ୍ଲୀ ସ୍ଥିତ ଲକ୍ଷ୍ମୀ ମନ୍ଦିରରେ ନିରାଡ଼ମ୍ବରରେ ବିବାହ ସମ୍ପନ୍ନ ହୋଇଥିଲା। ପୂର୍ବରୁ ନବୀନ ନନ୍ଦଙ୍କ ପୁଅ ସମ୍ବିତ କୋଭିଡ୍ ରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିଲେ। ଗତ ୨୦୨୧, ମେ ୨୨ ତାରିଖରେ କଟକର ଏକ ଘରୋଇ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପରଲୋକ ହୋଇଥିଲା।

ଏହାପରେ ବୋହୂର ଅସହାୟ ଅବସ୍ଥା ଦେଖିପାରିନଥିଲେ ଶଶୂର ନବୀନ । ବୋହୂର ସହମତି କ୍ରମେ ବାଲେଶ୍ୱର ଜିଲ୍ଲା ରେମୁଣା ନିବାସୀ ସ୍ୱର୍ଗତଃ କିଶୋର ଚନ୍ଦ୍ର ପତିଙ୍କ ପୁଅ ଶିବ ଚନ୍ଦନଙ୍କ ସହ ନିଜ ବୋହୂ ମଧୁସ୍ମିତାଙ୍କ ବିବାହ କରାଇଥିଲେ ।

Leave a Reply

Your email address will not be published. Required fields are marked *