Pratidin TV

Odisha's Digital News Platform

ଆଖି ବୁଜିଲେ ପୂର୍ବତନ ମନ୍ତ୍ରୀ କମଳା ଦାସ ।

1 min read

ପରଲୋକରେ ପୂର୍ବତନମନ୍ତ୍ରୀ କମଲା ଦାସ । ଗତକାଲି ରାତି ୧୨ଟା ୧୫ ମିନିଟରେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କ ୭୯ ବର୍ଷ ହୋଇଥିôଲା । ସେ ଦୀର୍ଘଦିନ ହେବ ଫୁସଫୁସ୍ ଜନିତ ରୋଗରେ ପୀଡିତ ଥିଲେ ।

କମଳା ଦାସ ଜନତା ଦଳରେ ଥିଲେ। ପରବର୍ତ୍ତୀ ସମୟରେ ବିଜୁ ଜନତା ଦଳର ଗଠନ ପରେ ସେଥିରେ ଯୋଗ ଦେଇଥିଲେ। ପରେ ବିଜେଡ଼ି ଛାଡ଼ି ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ। ୨୦୧୪ ମସିହାରେ ପୁଣି କଂଗ୍ରେସ ଛାଡ଼ି ସେ ବିଜେଡିରେ ଯୋଗ ଦେଇଥିଲେ।

Advertisement

କମଳା ଦାସ ଜନତା ଦଳ ଟିକେଟରେ ୧୯୯୦ ମସିହାରେ ଭୋଗରାଇ ବିଧାନସଭା ଆସନରୁ ନିର୍ବାଚନ ଲଢ଼ିଥିଲେ ଓ ବିଜୟୀ ହୋଇଥିଲେ। ସେ ବିଜୁ ପଟ୍ଟନାୟକଙ୍କର ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିଲେ। ସେ ରାଜ୍ୟ ଶିକ୍ଷା ଓ ଯୁବ ସେବା ବିଭାଗର ମନ୍ତ୍ରୀ ଭାବେ ୨୪ ଜୁଲାଇ ୧୯୯୦ରୁ ୪ ଜାନୁଆରୀ ୧୯୯୩ ଯାଏଁ କାର୍ଯ୍ୟ କରିଥିଲେ। ଏହାପରେ ସେ ୧୫ ମାର୍ଚ୍ଚ ୧୯୯୫ ପର‌୍ୟ୍ୟନ୍ତ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ।

୨୦୦୦ ମସିହାରେ ବିଜୁ ଜନତା ଦଳ ଟିକେଟରେ ବିଧାୟକ ହୋଇଥିଲେ କମଳା । ସେ ମଧ୍ୟ ଉଭୟ ବିଜୁ ପଟ୍ଟନାୟକ ଓ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀ ମଣ୍ଡଳରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ଶିଶୁ ବିକାଶ ପରି ଗୁରୁତ୍ୱପୂର୍ଣ୍ଣ ବିଭାଗରେ କ୍ୟାବିନେଟ୍ ମନ୍ତ୍ରୀ ପଦ ସମ୍ଭାଳିଥିଲେ । ୨୦୦୦ ମସିହାରେ ବିଜୁ ଜନତା ଦଳ ଟିକେଟରେ ବିଧାୟକ ହୋଇଥିଲେ କମଳା । ସେ ମଧ୍ୟ ଉଭୟ ବିଜୁ ପଟ୍ଟନାୟକ ଓ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀ ମଣ୍ଡଳରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ଶିଶୁ ବିକାଶ ପରି ଗୁରୁତ୍ୱପୂର୍ଣ୍ଣ ବିଭାଗରେ କ୍ୟାବିନେଟ୍ ମନ୍ତ୍ରୀ ପଦ ସମ୍ଭାଳିଥିଲେ ।ସେ ଏହି କାର୍ଯ୍ୟଭାର ୬ ମାର୍ଚ୍ଚ ୨୦୦୦ରୁ ୯ ଜୁଲାଇ ୨୦୦୧ ଯାଏଁ ତୁଲାଇଥିଲେ । ଏହାପରେ ସେ ବିଜୁ ଜନତା ଦଳ ଛାଡ଼ି ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ। ହେଲେ ୨୦୧୪ ମସିହାରେ ସେ ପୁଣିଥରେ ବିଜୁ ଜନତା ଦଳକୁ ଫେରିଥିଲେ ।

Leave a Reply

Your email address will not be published. Required fields are marked *