Pratidin TV

Odisha's Digital News Platform

(ଭିଡିଓ) ଭାବବିହ୍ୱଳ ପରିବେଶ ଭିତରେ ବିଦାୟ ନେଲେ ପ୍ରଫେସର ଗଣେଶୀଳାଲ..

1 min read

ଭୁବନେଶ୍ୱର : ସରିଲା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ କାର୍ଯ୍ୟକାଳ । ଆଉ ଏଥିସହ ଓଡିଶାରୁ ଆଜି ବିଦାୟ ନେଇଛନ୍ତି । ବିଦାୟ ପୂର୍ବରୁ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ବିଦାୟୀକାଳୀନ ଶୁଭେଚ୍ଛା ଜଣାଯାଇଛି ।ଗୁରୁବାର ରାଜଭବନରେ ପହଁଚି ରାଜ୍ୟପାଳଙ୍କୁ ଭେଟିଥିଲେ ମୁଖ୍ୟମନ୍ତ୍ରୀ । ଏହି ଅବସରରେ ରାଜ୍ୟପାଳ କହିଥିଲେ, ଓଡ଼ିଶା ମୋର ଘର । ଏଠି ଆସି ମୋର ପୁନର୍ଜନ୍ମ ହୋଇଛି । ଏଠାକାର ମାଟିରେ ସୁଗନ୍ଧ ଅଛି । ଦୁନିଆରେ ଯେଉଁଠି ବି ବୁଲନ୍ତୁ, ପୁରୀ ଭଳି ଭଲ ପାଇବା କେଉଁଠୁ ପାଇବେନି ବୋଲି ରାଜ୍ୟପାଳ କହିଛନ୍ତି । ୨୦୧୮, ମେ’ ୨୯ ତାରିଖରେ ଓଡ଼ିଶାର ରାଜ୍ୟପାଳ ଭାବେ ଯୋଗ ଦେଇଥିଲେ ପ୍ରଫେସର ଗଣେଶୀ ଲାଲ । ହରିୟାଣାରେ ଜନ୍ମ ହୋଇଥିବା ପ୍ରଫେସର ଗଣେଶୀଲାଲ ରାଜ୍ୟପାଳ ଭାବେ ନିଯୁକ୍ତ ପାଇଁ ଓଡିଶା ଆସିଥିଲେ । ତେବେ ସେ ଆଜି ରାଜଭବନ ଛାଡି ଯାଇଥିଲେ । ସେଠାରେ ଗଣମାଧ୍ୟମ ଆଗରେ କହିଛନ୍ତି ଆପଣଙ୍କ ସୌଭାଗ୍ୟ ଯେ ଆପଣମାନେ ପ୍ରଭୁ ଜଗନ୍ନାଥଙ୍କ ସହ ରହୁଛନ୍ତି । ଆଉ ମୁଁ ହରିୟାଣାରୁ ଆସି ଓଡିଶାରେ ରହିବାର ସୌଭାଗ୍ୟ ପାଇଥିବାରୁ ନିଜକୁ ଧନ୍ୟ ମାନେ କରୁଛି । ଏଭଳି କିଛି କହି ଭାବବିହୁଳ ହୋଇପଡିଥିଲେ । ଓଡିଶାବାସୀ ମତେ ଅନେକ ଭଲ ପାଇବା ଦେବା ସହ ପାଳି ପୋଷି ନିଜର କରିଦେଇଥିଲେ ।

Advertisement

Leave a Reply

Your email address will not be published. Required fields are marked *