Pratidin TV

Odisha's Digital News Platform

ନିଜ ଦେଶକୁ ଫେରିଲେ ନୱାଜ ସରିଫ, ୪ବର୍ଷ ଧରି ପରିବାର ସହ ରହୁଥିଲେ ବାହାରେ..

1 min read

ଦୀର୍ଘ ୪ ବର୍ଷ ପରେ ପାକିସ୍ତାନ ମାଟିରେ ପାଦ ରଖିଲେ ପୂର୍ବତନ ପ୍ରଧାନମନ୍ତ୍ରୀ । ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ଥିଲେ । ସେ ଆଜି ସ୍ୱଦେଶ ଫେରିଛନ୍ତି । ୪ ବର୍ଷ ଧରି ବିଦେଶରେ ରହିବା ପରେ ଏବେ ଫେରିଛନ୍ତି । ଦୁବାଇରୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଆଜି ମଧ୍ୟାହ୍ନ ୨.୦୫ ମନିଟରେ ଲାହୋର ବିମାନ ବନ୍ଦରରେ ପହଞ୍ଚିଛନ୍ତି ସରିଫ୍ । ତାଙ୍କ ସ୍ୱାଗତକରିବା ପାଇଁ ପାକିସ୍ତାନର ପୂର୍ବତନ ଅର୍ଥମନ୍ତ୍ରୀ ଇଶାକ ଡାର ଓ ଳିଗାଲ ଟିମ ଉପସ୍ଥିତ ଥିଲେ । ନିର୍ବାଚନ ପୂର୍ବରୁ ନୱାଜ ସରିଫଙ୍କ ଘରବାହୁଡା ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ତେବେ ନୱାଜ ସରିଫଙ୍କ ଘରବାହୁଡାକୁ ଦୃଷ୍ଟିରେ ରଖି ଲାହୋରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ନୱାଜ ସରିଫ ବିମାନ ବନ୍ଦରରୁ ନିଜ ପରିବାର ସହ ଲାହୋର ଗସ୍ତ କରିଛନ୍ତି । ଲାହୋରରୁ ସେ ସନ୍ଧ୍ୟାବେଳେ ମୀନାର ଏ-ପାକିସ୍ତାନ ଯିବେ । ସେଠାରେ ସେ ଲୋକଙ୍କୁ ସମ୍ବୋଧିତ କରିବା ଅବସରରେ ପାକିସ୍ତାନକୁ କିଭଳି ଭାବେ ଆର୍ôଥକ ସଂକଟରୁ ରକ୍ଷା କରାଯାଇପାରିବ ତାହା ଉପରେ ଯୋଜନା କ’ଣ ହୋଇପାରେ କହିବେ । ସେଠାରେ ନୱାଜ ସରିଫଙ୍କ ରାଜନୈତିକ ଦଳ ପାକିସ୍ତାନ ମୁସଲିମ୍ ଲିଗ ନୱାଜ ତରଫରୁ ନୱାଜଙ୍କୁ ସ୍ୱାଗତ କରିବା ପାଇଁ ଜୋରଦାର ପ୍ରସ୍ତୁତି କରାଯାଇଛି ।

ସୂଚନାମୁତାବକ , ଆଇନଗତ ଭାବେ ୨୦୧୮ ରେ ନୱାଜ ସରିଫଙ୍କୁ ନିର୍ବାଚନ ଲଢିବା ନେଇ ଅଯୋଗ୍ୟ ଘୋଷଣା କରାଯାଇଛି । ହେଲେ ସେ ଜେଲରୁ ଅନୁମତି ନେଇ ଚିକିତ୍ସା ପାଇଁ ଲଣ୍ଡନ ଯାଇଥିଲେ । ଏବେ ପାକିସ୍ତାନ ସେନା ନୱାଜ ସରିଫଙ୍କ ସମର୍ଥନରେ ଥିବା ବେଳେ ତାଙ୍କୁ ଆଇନଗତ ଭାବେ କୌଣସି ଅସୁବିଧା ହେବ ନାହିଁ ବୋଲି ଆକଳନ କରାଯାଉଛି । ଅକ୍ଟୋବର ୨୪ ତାରିଖରେ ସେ ପରମାନେଣ୍ଟ ବେଲ ପାଇଁ କୋର୍ଟରେ ହାଜର ହେବେ ।

Advertisement

Leave a Reply

Your email address will not be published. Required fields are marked *