Pratidin TV

Odisha's Digital News Platform

୯୧ ବର୍ଷ ବୟସରେ ପଦାପର୍ଣ କଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନ ମୋହନ ସିଂହ…

1 min read


ନୂଆଦିଲ୍ଲୀ: ଆଜି ହେଉଛି ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମେହାନ ସିଂହଙ୍କ ଜନ୍ମ ଦିବସ । ଡକ୍ଟର ମନ ମୋହନ ସିଂହ ଆଜି ୯୧ ବର୍ଷ ବୟସରେ ପଦାପର୍ଣ କରିଛନ୍ତି । ଏହି ଜନ୍ମ ଦିବସ ଅବସରରେ ତାଙ୍କୁ ଶୁଭେଚ୍ଛାର ଶୁଅ ଛୁଟିଛି । ଡ. ମନ ମୋହନ ସିଂ ୨୦୦୪ରୁ ୨୦୨୪ ପର୍ଯ୍ୟନ୍ତ ଭାରତର ପ୍ରାଧାନମନ୍ତ୍ରୀ ଭାବେ ଦାଇତ୍ୱ ତୁଲାଇଥିଲେ । ପୂର୍ବରୁ ୧୯୯୧ ମସିହାରୁ ୧୯୯୬ ମସିହା ପର୍ଯ୍ୟନ୍ତ ତତ୍କାଳିନ ପ୍ରଧାନମନ୍ତ୍ରୀ ପି.ଭି ନରସିଂହ ରାଓଙ୍କ ନେତୃତ୍ୱାଧୀନ ବିତରଣରେ ଅର୍ଥମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ ଡ. ମନ ମୋହନ ସିଂହ । ଆଜି ଜନ୍ମ ଦିବସରେ ତାଙ୍କୁ ଉଭୟ ଶାସକ ଓ ବିରୋଧି ଦଳର ବିଶିଷ୍ଟ ରାଜନେତା ମାନେ ଶୁଭେଚ୍ଛା ଜଣାଇଛନ୍ତି । ସେହିପରି ବର୍ତ୍ତମାନର ପ୍ରାଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ତାଙ୍କୁୁ ଶୁଭେଚ୍ଚା ଜଣାଇଛନ୍ତି । ସେ ନିଜର ଏକ୍ସ ଜରିଆରେ ପୋଷ୍ଟ କରି ଲେଖିଛନ୍ତି ଯେ ପୂର୍ବତନ ପ୍ରାଧାନମନ୍ତ୍ରୀ ଡକ୍ଟର ମନ ମୋହନ ସିଂଙ୍କୁ ଜନ୍ମ ଦିନର ଶୁଭେଚ୍ଛା । ମୁଁ ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ ଓ ଦୀର୍ଘାୟୁ କାମନା କରୁଛି । ସେହିଭଳି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ମଧ୍ୟ ଏକ୍ସରେ ଡକ୍ଟର ମନ ମୋହନ ସିଂହଙ୍କୁ ଶୁଭେଚ୍ଚା ଜଣାଇଛନ୍ତି । ତେବେ ୧୯୩୨ ମସିହା ସେପ୍ଟେମ୍ବର ୨୬ରେ ଡକ୍ଟର ମନ ମୋହନ ସିଂ ଜନ୍ମ ଗ୍ରହଣ କରିଥିଲେ । ମନ ମୋହନ ସିଂଙ୍କ ରାଜନିତୀ କ୍ୟାରିୟର ବେଶ ସଫଳ ଥିଲା । ଭାରତର ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ଭାରତର ରିର୍ଜଭ ବ୍ୟାଙ୍କ ଗଭର୍ଣ୍ଣର ଭାବେ କାର୍ଯ୍ୟ କରିଥିଲେ । ତାଙ୍କର କାର୍ଯ୍ୟ ଦକ୍ଷତା ଏବଂ ଉତ୍ତମ ଚରିତ୍ର ଓ ସରଳ ନେତୃତ୍ୱ ପାଇଁ ସେ ଦେଶ ତଥା ବିଦେଶରେ ଲୋକପ୍ରିୟ ହୋଇ ପାରିଥିଲେ ।

Advertisement

Leave a Reply

Your email address will not be published. Required fields are marked *