Pratidin TV

Odisha's Digital News Platform

ଗିରଫ୍ ହେବେ ଆର.ଜି.କର ପୂର୍ବତନ ପ୍ରିନ୍ସପାଲ ସନ୍ଦୀପ ଘୋଷ । CBI ରୁଜ୍ଜୁ କଲା ମାମଲା ….

ବଢିବାରେ ଲାଗିଛି ଆର ଜି କର ମେଡିକାଲ କଲେ ପୂର୍ବତନ ପ୍ରିନ୍ସପାଲ ସନ୍ଦୀପ ଘୋଷଙ୍କ ଅଡୁଆ । ଅଗଷ୍ଟ ୯ ରେ ଟ୍ରେନି ଡାକ୍ତରଙ୍କୁ କୁକର୍ମ ପରେ ହତ୍ୟା ଘଟଣା ପରଠୁ ପ୍ରିନ୍ସପାଲ ସନ୍ଦୀପଙ୍କୁ ନେଇ ବିବାଦ ଲାଗିରହଛି । ଘଟଣାର ଦୁଇ ଦିନ ପରେ ସନ୍ଦୀପ ଘୋଷ ପ୍ରିନ୍ସିପାଲ ପଦରୁ ଇସ୍ତଫା ଦେଇଥିଲେ।

କିନ୍ତୁ ପଶ୍ଚିମବଙ୍ଗ ସରକାର ତୁରନ୍ତ କଲିକତା ନ୍ୟାଶନାଲ ମେଡିକାଲ କଲେଜ ଓ ହସ୍ପିଟାଲର ପ୍ରିନ୍ସିପାଲ ଭାବେ ନିଯୁକ୍ତି ଦେଇଥିଲେ। ଏହାକୁ ଡାକ୍ତର ଶିକ୍ଷାର୍ଥୀମାନେ ବିରୋଧ କରିଥିଲେ। କଲିକତା ହାଇକୋର୍ଟ ମଧ୍ୟ ଏପରି ନିଯୁକ୍ତି ଉପରେ ପ୍ରଶ୍ନ ଉଠାଇଥିଲେ। ଏଥିଯୋଗୁ ସନ୍ଦୀପ ଘୋଷଙ୍କୁ କାର୍ଯ୍ୟାନ୍ତର ନିର୍ଦ୍ଦେଶ ଦିଆଯାଇଥିଲା। ତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିବାରୁ କୋଲକାତା ପୁଲିସ୍ ଅଗଷ୍ଟ ୨୦ରେ ତାଙ୍କ ବିରୋଧରେ ମାମଲା କରିଥିଲା।

ଏହାର ତଦନ୍ତ ପାଇଁ ମମତା ବାନାର୍ଜୀ ସରକାର ଏସଆଇଟି ଗଠନ କରିଥିଲେ।ହେଲେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସିବିଆଇ ଏହାର ତଦନ୍ତ ଦାୟିତ୍ୱ ନେଇଥିଲା। ଏସଆଇଟି ଆଜି ସମସ୍ତ ଆବଶ୍ୟକ ଦସ୍ତାବିଜ ସିବିଆଇକୁ ହସ୍ତାନ୍ତର କରିଛି। ସିବିଆଇ ଦସ୍ତାବିଜ ପାଇବା ପରେ ପୁଣିଥରେ ଗୋଟିଏ ଏଫଆଇଆର ରୁଜୁ କରିଛି। ତାଙ୍କ କାର୍ଯ୍ୟକାଳ ସମୟରେ ହସ୍ପିଟାଲରେ ବ୍ୟାପକ ଆର୍ଥିକ ଅନିୟମିତତା ହୋଇଥିବା ସିବିଆଇ ଜାଣିବାକୁ ପାଇଛି। ଏକଥା ଜଣାପଡ଼ିବା ପରେ ସିବିଆର ଦୁର୍ନୀତି ନିବାରଣ ଶାଖା ପକ୍ଷରୁ ତାଙ୍କ ନାଁରେ ଏତଲା ଦାଏର କରାଯାଇଛି। ଏତଲା କପି ସିଜେଏମ୍ କୋର୍ଟରେ ସିବିଆଇ ଦାଖଲ କରିଛି। କୋର୍ଟରେ ସିବିଆଇ ଏତଲା ଦାଖଲ କରିଥିବାରୁ ସନ୍ଦୀପ ଘୋଷଙ୍କ ଗିରଫ ସମ୍ଭାବନା ବଢ଼ିଛି।

ତେବେ ମେଡିକାଲ କଲେଜର ପୂର୍ବତନ ଡେପୁଟି ଅଧ୍ୟକ୍ଷ ଅଖତର ଅଲୀ ପ୍ରଥମେ ସନ୍ଦୀଙ୍କ ବିରୋଧରେ ଆର୍ଥିକ ଅନିୟମିତତାର ଅଭିଯୋଗ ଆଣିଥିଲେ। ଏହା ସଜ ସେ ଆଉ ମଧ୍ୟ କହିଥିଲେ ଯେ ସନ୍ଦୀପ ବାଂଲାଦେଶକୁ ଶବ ଚାଲାଣ କରୁଥିଲେ । ତା ସହ ହସ୍ପିଟାଲରେ ଦହେ ବ୍ୟବସାୟ ମଧ୍ୟ ଚଳାଇଥିଲେ ।

Leave a Reply

Your email address will not be published. Required fields are marked *