Pratidin TV

Odisha's Digital News Platform

ସ୍ୱାତୀ ମାଲିୱାଲ ମାରପିଟ ଅଭିଯୋଗରେ କେଜ୍ରିୱାଲଙ୍କ ବାସଭବନରୁ ପୂର୍ବତନ ବ୍ୟକ୍ତିଗତ ସଚିବ ବୈଭବ କୁମାର ହେଲେ ଗିରଫ

1 min read

କେଜ୍ରିୱାଲଙ୍କ ବାସଭବନରୁ ରାଜ୍ୟସଭା ସାଂସଦ ସ୍ୱାତୀ ମାଲିୱାଲଙ୍କ ଉପରେ ଆକ୍ରମଣ ମାମଲାରେ ଦିଲ୍ଲୀ ପୋଲିସ ଅଭିଯୁକ୍ତ ବୈଭବ କୁମାରଙ୍କୁ ଗିରଫ କରିଛି। ବୈଭବଙ୍କୁ କିଛି ସମୟ ପୂର୍ବରୁ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନରୁ ଗିରଫ କରାଯାଇଛି | ବାସଭବନରୁ ପୋଲିସ ସିଭିଲ ଲାଇନ ପୋଲିସ ଷ୍ଟେସନ ନିଆଯାଇଛି |

ସୂଚନା ଅନୁଯାୟୀ ଗତ ମେ’ 13ରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଭେଟିବାକୁ ଯାଇଥିଲେ ସ୍ୱାତୀ ମାଲିୱାଲ | ସେହି ସମୟରେ ସେ ମେ’ 13ରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଭେଟିବାକୁ ଯାଇଥିବା ସମୟରେ ବୈଭବ କୁମାର ତାଙ୍କୁ ୭-୮ ଥର ଚାପୁଡ଼ା ମାରିବା ସହ ତାଙ୍କ ଛାତି ଓ ପେଟକୁ ଗୋଇଠା ମାରିଥିବା ଅଭିଯୋଗ କରିଥିଲେ।

Advertisement

ଏହି ଅଭିଯୋଗ ଅନୁସାରେ ଦିଲ୍ଲୀ ପୋଲିସ ମାଲିୱାଲଙ୍କ ଡାକ୍ତରୀ ପରକ୍ଷା କରିଥିଲେ | ଏବଂ ଶରୀରରେ ଦାଗ, ଅଭ୍ୟନ୍ତରଣୀୟ ଆଘାତ ଏବଂ ଗୋଡ଼ରେ ଆଘାତ ହୋଇଛି ବୋଲି ପରୀକ୍ଷାରେ ଏହା ସ୍ପଷ୍ଟ ହୋଇଥିଲା | ସେପଟେ ବୈଭବ କୁମାର ମାଲିୱାଲଙ୍କ ବିପକ୍ଷରେ ପାଲଟା ଅଭିଯୋଗ ଆଣିଛନ୍ତି। ମାଲିୱାଲ ତାଙ୍କୁ ଅଶାଳୀନ ଭାଷା କହିବା ସହ ଧମକ ଦେଇଥିବା ଅଭିଯୋଗ କରିଛନ୍ତି।

Leave a Reply

Your email address will not be published. Required fields are marked *