Pratidin TV

Odisha's Digital News Platform

ଗଞ୍ଜେଇ ଚାଲାଣ ସନ୍ଦେହରେ ବସ୍‌ରେ ହୋଇଥିଲା ଚଢାଉ , ହେଲେ ମିଳିଲା ୪ ପେଟି ଟଙ୍କା

1 min read

କଟକ: ଗଞ୍ଜେଇ ଚାଲାଣ ସନ୍ଦେହରେ ଚଢାଉ ବେଳେ ମିଳିଲା ୪ ପେଟି ଫୁଲ ଟଙ୍କା । ଘଟଣାଟି ଏମିତି ଥିଲା ଯେ ପୋଲିସ୍ ବାବୁ ମଧ୍ୟ ତାଜୁବ୍ ହୋଇଯାଇଥିଲେ । ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଲା ଭଳି , ଗଞ୍ଜେଇ ଖୋଜୁ ଖୋଜୁ ମିଳିଲା ୪ ପେଟି ଟଙ୍କା । କଟକ ଟାଙ୍ଗୀ ଟୋଲ ଗେଟ ନିକଟରେ ଗଞ୍ଜେଇ ଚାଲାଣ ସନ୍ଦେହରେ କଟକ ଜିଲ୍ଲା ଅବକାରୀ ବିଭାଗର ଆଜି ଚଢାଉ ବେଳେ ଏହି ନଗଦ ଟଙ୍କା ଜବତ ହୋଇଛି। ଜଣଙ୍କୁ ଅଟକ ରଖାଯାଇଛି। ତେବେ ପେଟିରେ ପ୍ରାୟ ୮୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ ଥିବା ଜଣାପଡିଛି ।

Advertisement

ଏହି ଟଙ୍କା କଟକରୁ ଇନ୍ଦ୍ରାଣୀ ନାମକ ବସ ଯୋଗେ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିବା ନେଇ ସୂଚନା ମିଳିଛି। ଅଟକ ବ୍ୟକ୍ତିଙ୍କ ନାଁ ସୁକୁମାର ସ। ଜବତ ହୋଇଥିବା ଟଙ୍କା କଳାଧନ ବୋଲି ଅଟକ ବ୍ୟକ୍ତି ଜଣକ ସ୍ବୀକାର କରିଛନ୍ତି।ତେବେ ଅଟକ ବ୍ୟକ୍ତିଙ୍କ ଭେଣେଇ କଟକ ବାଲୁ ବଜାରରେ ଏକ ସୁନା ଦୋକାନ ବୋଲି ଜଣାପଡିଛି । ଏହି ଟଙ୍କା ସେହି ଗହଣା ଦୋକାନର ବୋଲି ସନ୍ଦେହ କରାଯାଉଛି।ଆଜି ପୋଲିସ ଗଞ୍ଜେଇ ଚାଲାଣ ଖବର ପାଇଁ ଟାଙ୍ଗୀ ଟୋଲଗେଟ୍ ଠାରେ ଜଗିବସିଥିଲା । ବସ୍ଟିକୁ ଟୋଲଗେଟ୍ ନିକଟରେ ଅଟକାଇ ଖୋଜାଖୋଜି କରିଥିଲା। ହେଲେ ବସ୍ରୁ ଗଞ୍ଜେଇ ବଦଳରେ ୪ଟି ପେଟି ଟଙ୍କା ପୁଲିସ ଜବତ କରିଥିଲା। ପୁଲିସ ଟଙ୍କା ପେଟିକୁ ଜବତ କରି ଥାନାକୁ ଆଣିଥିଲା। ଅଟକ ଥିବା ବ୍ୟକ୍ତି ଜଣଙ୍କ ଏତେ ଟଙ୍କା ନେଇ କୁଆଡେ ଯାଉଥିଲେ, କେଉଁ କାମ ପାଇଁ ବସ୍ରେ ଏତେ ଟଙ୍କା ନେଉଥିଲେ ତାହାର କାରଣ ଜଣାପଡ଼ିନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି।

Leave a Reply

Your email address will not be published. Required fields are marked *