Pratidin TV

Odisha's Digital News Platform

ଫ୍ଲାଟକୁ ଡାକିଲେ…. ପରେ କଲେ ନାବାଳିକାଙ୍କ ସହ କୁକର୍ମ; ଗିରଫ ହେଲେ ୪ ଅଭିଯୁକ୍ତ….

1 min read

କୋଟା: ରାଜସ୍ଥାନର କୋଟାରୁ ପୁଣି ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି | ପୁଣି ଏକ ନୂଆ ନାବାଳିକାକୁ ହୋଇଛି ଗଣଦୁଷ୍କର୍ମ | ଏହି ଘଟଣା ରାଜସ୍ଥାନର କୋଟା ଠାରେ ଜେସନେ କୋଚିଂ ଯାଉଥିବା ନାବାଳିକାକୁ ଦୁଷ୍କର୍ମର ମାମଲା ସାମ୍ନାକୁ ଆସିଛି | ଅଭିଯୁକ୍ତ ଫ୍ଲାଟକୁ ନିମନ୍ତ୍ରଣ କରି ନାବାଳିକାଙ୍କ ସହ ଗଣଦୁଷ୍କର୍ମ ହୋଇଥିବାର ଅଭିଯୋଗ ଆଣିଛନ୍ତି ନାବାଳିକା ଜଣକ |

ସୂଚନା ଅନୁଯାୟୀ, ଗୁରୁବାର ଦିନ ରାଜସ୍ଥାନର କୋଟାରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗରେ କୋଚିଂ ସେଣ୍ଟରର କମ୍ପିଟେଟିଭ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ୪ ଜଣ ଛାତ୍ରଙ୍କୁ ଗିରଫ କରିଯାଇଛି | ନାବାଳିକାଙ୍କ ଅଭିଯୋଗ ଅନୁସାରେ ଏହି ଘଟଣା ଫେବୃଆରୀ ୧୦ ରେ ଘଟିଛି | ନାବାଳିକାଙ୍କୁ କହିବା ଅନୁସାରେ,ସେ ୪ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଜଣକୁ ସୋସିଆଲ ମିଡ଼ିଆ ଜରିଆରେ ଜାଣିଥିଲେ | ସେହି ଅଭିଯୁକ୍ତ ଜଣକ ତାଙ୍କୁ ତାଙ୍କ ଫ୍ଲାଟକୁ ନିମନ୍ତ୍ରଣ କରିଥିଲେ | ସେଠାରେ ନାବାଳିକା ଗଲା ବେଳକୁ ସେଠାରେ ଅଭିଯୁକ୍ତଙ୍କର ୩ ଜଣ ସାଙ୍ଗ ଉପସ୍ଥିତ ଥିଲେ | ସେଠାରେ ୪ ଜଣ ମିଶି ନାବାଳିକାଙ୍କୁ ଗଣଦୁଷ୍କର୍ମ କରିଥିବା କଥା ପୋଲିସ ଅଧିକାରୀ କହିଛନ୍ତି |

Advertisement

ପୋଲିସ ସୂଚନା ଅନୁସାରେ, ଅଭିଯୁକ୍ତମାନଙ୍କ ମଧ୍ୟରୁ ଜଣେ ପଶ୍ଚିମବଙ୍ଗ, ଜଣେ ଉତ୍ତରପ୍ରଦେଶ ଏବଂ ଆଉ ଜଣେ ବିହାରର | ପୋଲିସ କହିବା ଅନୁସାରେ ମୁଖ୍ୟ ଅଭିଯୁକ୍ତ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ, ଏବଂ ଏହି ଘଟଣାରେ ତାଙ୍କ ସାଙ୍ଗ ମାନେ ସହଯୋଗ କରିଥିଲେ | ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ କରି ତଦାନ୍ତଟି କରୁଛି |

Leave a Reply

Your email address will not be published. Required fields are marked *