Pratidin TV

Odisha's Digital News Platform

ପ୍ରେମ ଜଣେ ନାହିଁ ଜାତି ଧର୍ମ ବାଛ ବିଚାର, ଫ୍ରାନ୍ସର ଲୋରି ହେଲେ ଓଡ଼ିଆ ବୋହୂ

1 min read

ପ୍ରେମ କେମିତି ହୁଏ, କାହା ସାଥେ ହୁଏ, କାହିଁକି ହୁଏ, କେବେ ବା ହୁଏ କେହି ଜାଣିପାରନ୍ତି ନାହିଁ | ପ୍ରେମ ଜାଣେନାହିଁ ସମାଜ ର ନିୟମ ଜାତି ଅଜାତିର ବିଚାର | ଦୁଇଟି ତ୍ୟାଗୀ କୃତ ଆତ୍ମାର ଅନାବିଳ ଆକର୍ଷର ସ୍ୱତଃସ୍ପୃତ ପରିପ୍ରକାଶ ହେଉଛି ପ୍ରେମ |ଅନାମିକା ସ୍ପର୍ଶ ଓ ସୂକ୍ଷ୍ମ ଅନୁଭବ ଯେଉଁଠି ମନର ଆବେଗରେ ଭରି ରହେ ତାହାହିଁ ପ୍ରେମ | ପ୍ରେମ ବୁଝେନାହିଁ ମୁହଁର ଭାଷା ପ୍ରେମ କେବଳ ବୁଝିଥାଏ ମନର ଭାଷାକୁ | ପ୍ରେମ ହୃଦୟର ଭାଷାରେ କେବଳ କବିତା ରଚନା କରିଚାଲେ ତାର ଅତି ଆପଣାର ମନର ମଣିଷ ପାଇଁ | ଏମିତି ଏକ ପ୍ରେମ ଦେଖିବାକୁ ମିଳିଛି ଭଦ୍ରକ ବ୍ଲକ ଅଧୀନ ବେନ୍ତାଳ ଗ୍ରାମରେ |

ସୁଦୂର ଫ୍ରାନ୍ସ ରୁ ଆସିଛି କନିଆ ଭଦ୍ରକକୁ ବିବାହ ପାଇଁ ପୁଣି ଜଣେ ଓଡ଼ିଆଙ୍କୁ | ସେହି ଗ୍ରାମର ପ୍ରଦୀପ ମିଶ୍ର ନାମକ ଯୁବକ ଭୁବନେଶ୍ୱରରେ ଏକ ଘରୋଇ ସଂସ୍ଥାରେ କାର୍ଯ୍ୟ କରୁଥିଲେ ସେହି ସଂସ୍ଥାରେ ମଧ୍ୟ ଫ୍ରାନ୍ସ ର ଯୁବତୀ ଲୋରି ମଧ୍ୟ କାମ କରୁଥିଲେ | ୨୦୧୫ ରୁ ଆରମ୍ଭ ହୋଇଥିଲା ଲୋରି ଓ ପ୍ରଦୀପଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆଉ ୮ ବର୍ଷ ପରେ ସେହି ସମ୍ପର୍କ ଆଜି ବିବାହର ରୂପ ନେଇଛି |ସୁଦୂର ଫ୍ରାନ୍ସ ରୁ ଆସିଥିବା କନ୍ୟା ଲୋରିଙ୍କ ପରିବାର ମଧ୍ୟ ଯୋଗଦେଇଛନ୍ତି ବାହାଘରରେ ଉଭୟ ବର ଓ କନ୍ୟାଙ୍କ ପରିବାର ବେଶ ଖୁସିଥିବା ଜଣାପଡିଥିଲା | ତେବେ ଭଦ୍ରକ ସହର ବନ୍ଧ ଛକ ସ୍ଥିତ ତୃପ୍ତି ପ୍ଲାଜା କଲ୍ୟାଣ ମଣ୍ଡପରେ ଶେଷ ହୋଇଛି ବାହାଘର |ଉଭୟ ବର କନ୍ୟା ବେଶ ଖୁସିଥିବା ବେଳେ ପରିବାର ଜନ ମଧ୍ୟ ବେଶ ଖୁସିଥିବା ଜଣାପଡ଼ିଛି |

Advertisement

ଫ୍ରାନ୍ସର କନ୍ୟା ଲୋରି ଗୋଡ଼ରେ ଆଙ୍କିଛନ୍ତି ଏକ ଟାଟୁ ଯାହା ଲେଖା ଅଛି ସବୁ ସମ୍ଭବ ପର ବୋଲି କହିଛନ୍ତି ବାହାଘରକୁ ଯୋଗଦେବାକୁ ଆସିଥିବା ଜଣେ ଶୁଭେଚ୍ଛୁ ଲୋପାମୁଦ୍ରା ସାହୁ | ଲୋରି ଓଡ଼ିଆ ଟିକେ ଟିକେ କହୁଥିବା ବେଳେ ଓଡ଼ିଆ ସଂସ୍କୃତି ଓ ପରମ୍ପ୍ରା କୁ ବେଶ ଶୀଘ୍ର ବୁଝିଛନ୍ତି ବୋଲି କହିଛନ୍ତି ଲୋପା | ବର ହୋଇ ଆସିଥିବା ପ୍ରଦୀପ ମଧ୍ୟ କହିଛନ୍ତି ଯେ ଲୋରିଙ୍କୁ ପ୍ରେମ ବିବାହ କରି ବେଶ ଖୁସୀ ଅଛନ୍ତି ଆଉ ଲୋରି ମଧ୍ୟ ଆମ ପରମ୍ପରା କୁ ଭଲପାଉଛି |ପ୍ରେମ ବୁଝେନା ଦୂରତା ସେଇଥିପାଇଁ ତ ସୁଦୂର ଫ୍ରାନ୍ସ ର ଲୋରିଙ୍କ ପ୍ରେମ କାହାଣୀ ଦର୍ଶାଉଛି ଉଚିତ ପ୍ରେମର ସଂଜ୍ଞାକୁ |

Leave a Reply

Your email address will not be published. Required fields are marked *