ଅଲିମ୍ପିକ୍ସ ଉଦଘାଟନୀ ପୂର୍ବରୁ , ପ୍ୟାରିସ ରେଳ ନେଟୱାର୍କ ଉପରେ ଆକ୍ରମଣ …
1 min readପ୍ୟାରିସ ରେ ଆଜିଠୁ ଆରମ୍ଭ ହୋଇଛି ବିଶ୍ୱର ଶ୍ରେଷ୍ଠ ପ୍ରତିଯୋଗିତା ଅଲମ୍ପିକ୍ସ ୨୦୨୪। ଏହି ପ୍ରତିଯୋଗିତା ଜୁଲାଇରୁ ଆରମ୍ଭ ହୋଇ ଅଗଷ୍ଟ ୧୧ ତାରିଖ ପର୍ୟ୍ୟନ୍ତ ହେବ । ଏହି ଅଲମ୍ପିକ୍ସ ରେ ଅଂଶଗ୍ରହଣ କରିବା ପାଇଁ ପ୍ୟାରିସରେ ଖେଳାଳୀଙ୍କ ସହ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ହୋଇଛି । ତେବେ ଏହାରି ମଧ୍ୟରେ ସାମ୍ନାକୁ ଆସିଛି ଭୟଙ୍କର ଘଟଣା ।ଫ୍ରାନ୍ସର ହାଇ ସ୍ପିଡ୍ ରେଳ ନେଟୱାର୍କ ଉପରେ ବ୍ୟାପକ ହମଲା କରାଯାଇଥିବା ସୂଚନା ମିଳିଛି।
ରେଳ ଲାଇନରେ ଅଗ୍ନି ସଂଯୋଗ କରାଯିବା ସହ ଭଙ୍ଗାରୁଜା କରାଯିବାରୁ ଯାତାୟତ ପ୍ରଭାବିତ ହୋଇଛି। ପ୍ୟାରିସ୍ ଅଲିମ୍ପିକ୍ସର ଉଦଘାଟନୀ ସମାରୋହର କିଛି ଘଣ୍ଟା ପୂର୍ବରୁ ଏପରି ହମଲା କରିଛନ୍ତି ଦୁର୍ବୃତ୍ତ। ଜାତୀୟ ଟ୍ରେନ୍ ଅପରେଟରଙ୍କ ସୂଚନା ଅନୁସାରେ, ଗୁରୁବାର ରାତିରେ ଫ୍ରାନ୍ସର ହାଇ ସ୍ପିଡ୍ ରେଲ ନେଟୱାର୍କ ଉପରେ ବ୍ୟାପକ ହମଲା ହୋଇଛି। ଏହା ଫଳରେ ଆଟଲାଣ୍ଟିକ୍, ଉତ୍ତର ଏବଂ ପୂର୍ବ ଲାଇନରେ ଯାତାୟତ ବିଶେଷ ଭାବେ ପ୍ରଭାବିତ ହୋଇଛି। ହମଲା ପରେ ଏକାଧିକ ରେଳ ଗତିପଥ ପରିବର୍ତ୍ତନ କରାଯାଇ ଥିବାବେଳେ ଅନେକ ରେଳ ସେବା ବାତିଲ୍ କରାଯାଇଛି।