Pratidin TV

Odisha's Digital News Platform

(ଭିଡିଓ) ବନ୍ଧା ହେଲେ ଭଣ୍ଡ ବାବା ସିଦ୍ଧେଶ୍ୱର ..

କଟକ : ଭାଙ୍ଗିଲା ଭଣ୍ଡ ବାବାଙ୍କ ଭାଣ୍ଡ।ମୀ । ଗିରଫ ହେଲେ ଭଣ୍ଡ ବାବା । ଯାଜପୁର ଜିଲ୍ଲାରେ ଖୋଲିଲା ଭଣ୍ଡ ବାବାଙ୍କ ଭାଣ୍ଡାମୀ । ଗିରଫ୍ ହେଲେ ଯାଜପୁର ଧର୍ମଶାଳାର ଭଣ୍ଡବାବା ସିଧେଶ୍ୱର ସାମନ୍ତରାୟ । ଗତକାଲି କଟକ ଜିଲ୍ଲା ଝାଞ୍ଜିର ମଙ୍ଗଳାର ସଂଗ୍ରାମ ଦାସ ଓ ତାଙ୍କ ସ୍ତ୍ରୀ ସୁଭଶ୍ରୀ ସୁଭଶ୍ମିତା ନାୟକଙ୍କୁ ଦୀର୍ଘ ୧ ବର୍ଷ ହେବ ମିଛ ପ୍ରଲୋଭନ ଦେଖାଇ ୩ଲକ୍ଷ ୯୦ ହଜାର ଟଙ୍କା ଠକିଥିବା ଅଭିଯୋଗରେ କମିଶନରେଟ୍ ପୋଲିସ ଭଣ୍ଡ ସିଦ୍ଧେଶ୍ୱରଙ୍କୁ ବାନ୍ଧିଛି ।

ସୂଚନାଯୋଗ୍ୟ ଯେ ଦମ୍ପତ୍ତି ଦୁଇ ଜଣଙ୍କର ପିଲାଛୁଆ ହେଉନଥିବା ଯୋଗୁଁ ଦୁହେଁ ଅନେକ ବଡ ବଡ ହସ୍ପିଟାଲରୁ ନିରାଶ ହୋଇ ଫେରିବା ପରେ ଶେଷରେ ସଂଗ୍ରାମ ନିଜର ଜଣେ ସାଙ୍ଗର ପରାମର୍ଶ କ୍ରମେ ଏହି ବାବାଙ୍କ ନିକଟକୁ ଯାଇଥିଲେ । ବାବା ମଧ୍ୟ ସନ୍ତାନ କରେଇ ଦେବାନେଇ ଦୁହେଁଙ୍କୁ ସ୍ୱପ୍ନ ଦେଖାଇ ଅନେକ ଟଙ୍କା ହଡପ୍ କରିଥିଲେ । ପୂଜାବିଧି ନାମରେ ସଂଗ୍ରାମଙ୍କଠୁ ଲକ୍ଷ ଲକ୍ଷ ଟଙ୍କା ଲୁଟି ବାବା ଦୁହିଁ ଦମ୍ପତ୍ତିଙ୍କୁ କାଠଗୁଣ୍ଡ ଭଳି ଜିନିଷ ଖାଇବାକୁ ଦେଉଥିଲେ । ଯାହାକୁ ଖାଇ ଦୁହିଁ ପତୀପତ୍ନୀଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟ ଦେଖାଦେଇଥିଲା ।

ବାବା ଦୁହିଁଙ୍କୁ ଖପୁରୀ ଦେଖାଇ ବାଘ ଭାଲୁଙ୍କୁ ହତ୍ୟା ସହ ମଣିଷଙ୍କୁ ହତ୍ୟା କରିଥିବା କଥା ମଧ୍ୟ କହିଥିଲେ । ପ୍ରାୟ ୧ ବର୍ଷ ପରେ ସ୍ୱାମୀସ୍ତ୍ରୀ ଦୁହେଁ ବାବାଙ୍କ ପଛପଟେ ତଦନ୍ତ ଚଳାଇ ସବୁ ସତ୍ୟାସତ ଜାଣିବାକୁ ପାଇଥିଲେ । ଏହାସହ ଭଣ୍ଡବାବା ସିଦ୍ଧେଶ୍ୱର କେବଳ ତାଙ୍କୁ ଠକିନଥିଲେ । ବରଂ ଆହୁରୀ ଅନେକ ଲୋକଙ୍କୁ ଠକିଥିଲେ । କେହି କ୍ୟାନସର ରୋଗୀ ଥିଲେ ତ କେହି କିଡନୀ ରୋଗି । ଏହା ସହ ସିଦ୍ଧେଶ୍ୱରଙ୍କ ନାଁରେ ଏକାଧିକ ଥାନାରେ ମାମାଲା ଥିବା ଜଣାପଡିଛି । ଦମ୍ପତ୍ତି ଦୁଇ ଜଣ ବାଦାମବାଡି ଥାନାରେ ଏତଲା ଦେବାପରେ ଗତକାଲି ସିଦ୍ଧେଶ୍ୱରଙ୍କୁ ବାନ୍ଧିଛି କମିଶନରେଟ୍ ପୋଲିସ୍ ।

Leave a Reply

Your email address will not be published. Required fields are marked *