Pratidin TV

Odisha's Digital News Platform

ରାଜଧାନୀରେ ବୁଲୁଛି ଡାକ୍ତର ଠକ , ନିଜକୁ ଡାକ୍ତର କହି ଏଲଇଡି,ଆକ୍ୱାଗାର୍ଡ ଦୋକାନୀଙ୍କୁ ଏଭଳି ମାରିଛି ଚୂନ ..

1 min read

ଭୁବନେଶ୍ୱର : ଠକମାନଙ୍କ ଆଡ୍ଡା ପାଲଟିଛି ରାଜଧାନୀ । ଏଥର କିନ୍ତୁ ସାଧାରଣ ଲୋକମାନଙ୍କ ବଦଳରେ ବ୍ୟବସାୟୀମାନଙ୍କୁ ଚୂନଲଗାଇଛନ୍ତି ଠକ । ପୁଣି କୌଣସି ସାଧାରଣ ଠକ ନୁହଁନ୍ତି. ଜଣେ ଡାକ୍ତର ଠକ । ନିଜକୁ ଡାକ୍ତର ବିକାଶର ପରିଚୟ ଦେଇ ଦିନ ଦ୍ୱିପହରରେ ୩ ଜଣକୁ ଚୂନ ଲଗାଇ ଫେରାଇହୋଇଯାଇଛନ୍ତି ଡାକ୍ତର ଠକ ।

ସୁନା ଲଗାଇ ନିଜକୁ ହାଇପ୍ରୋଫାଇଲ ମଣିଷ ଭାବେ ସଜେଇ ଟିଭି, ଆକ୍ୱାଗାର୍ଡ ଓ ୟୁବେର ମାଲିକଙ୍କୁ ଚୂନ ମାରିଛି ରାଜଧାନୀର ନୂଆ ଡାକ୍ତର ଠକ । ଚନ୍ଦ୍ରଶେଖରପୁରରେ ଥିବା ଏକ water purifier ଦୋକାନକୁ ଆସି ଜଣେ ବ୍ୟକ୍ତି ନିଜକୁ ଡାକ୍ତର ବିକାଶ କହି ପରିଚୟ ଦେଇଥିଲା । ଆଉ ସେଠାରୁ water purifier କିଣିଥିଲା । ଟଙ୍କା ଅନଲାଇନରେ ପେମେଣ୍ଟ କରିବ କହି ଦୋକାନ ଭିଡ ଭିତରେ ଟ୍ରାନ୍‌ଜାକ୍ସନ ସକସେସ୍ ଦେଖାଇ ସେଠାରୁ ଖସିଯାଇଥିଲା । ଦୋକାନୀ ଜଣକ ମଧ୍ୟ ଡାକ୍ତର ଭାବି ଏତେଟା ଅବିଶ୍ୱାସ କରିନଥିଲେ ।

Advertisement

କିନ୍ତୁ ପରେଆକାଉଣ୍ଟ ଦେଖିଲା ବେଳକୁ ଟଙ୍କା ଆସିନି। ଭାବିଲେ ଡାକ୍ତର ବାବୁ ସକସେସ୍ ଦେଖାଇଛନ୍ତି ସରଭର ପ୍ରୋବଲେମ୍ ବୋଧେ ଡେରିରେ ଆସିବ । ବାସ କିଛି ସମୟ ପରେ ଜନେ ୟୁବେର ଡ୍ରାଇଭର ଆସିଲେ ଆଉ କହିଲେ sir ଯେଁଉ ବ୍ୟକ୍ତି ଆପଣକଂ ଦୋକାନ ରୁ water purifier କିଣିଲେ ସେ ଆସିଥିଲେ କି? କାରଣ ସେ ମୋ ଗାଡି ବୁକ୍ କରି ଏଠାକୁ ଆସିଲେ ମୋତେ ଅଧା ରାସ୍ତାରେ ଛିଡ଼ା କରି ଆଉ ଗୋଟେ ଗାଡିରେ ମାଲ ଲୋଡ କରି କହିଲେ କି କ୍ୟାସ ନାହିଁ ଏଟିଏମ୍‌ରୁ ଉଠାଇକି ଦେଉଛି। ଯାଇଛନ୍ତି ଯେ ଯାଇଛନ୍ତି।ଏତିକି ବେଳକୁ ସବୁ ବୁଝି ଯାଇଥିଲେ ଦୋକାନୀ। ସେ ବି ଏହି ଭଦ୍ର ଡାକ୍ତରଙ୍କ ଠକାମୀର ଶିକାର ହୋଇ ସାରିଛନ୍ତି। ସେ ୟୁବେର ଡ୍ରାଇଭର ସହ ବ୍ୟକ୍ତି ଯାଇଥିବା ଆଉ ଗୋଟେ ଦୋକାନ କୁ ଗଲେ। ସେଠାରେ ମଧ୍ୟ ଠକ ମହାଶୟ ନିଜକୁ ଡାକ୍ତର ପରିଚୟ ଦେଇ ଏକ ଏଲିଡ ଟିଭି କିଣିଛନ୍ତି। । ସେ ନିଜ ଠିକଣା mob no ସବୁ ଭୁଲ୍ ଦେଇଥିବା ବେଳେ ଆଜି ଇଁଫୋସିଟି ଥାନାରେ ଠକଙ୍କ ନାଁରେ ଏତଲା ଦେଇଛନ୍ତି ଦୋକାନୀ।

Leave a Reply

Your email address will not be published. Required fields are marked *