ଲକ୍ଷ୍ମୀ ବସରେ ଚାକିରୀ ଦେବା ନାଁରେ ଜାଲିଆତି , ବନ୍ଧା ହେଲେ ୨ ଅଭିଯୁକ୍ତ …
1 min readବଲାଙ୍ଗିର ; ଲକ୍ଷ୍ମୀ ବସ ସେବା ଯୋଜନା ଆରମ୍ଭ ନ ହେଉଣୁ ଏବେ ନିଯୁକ୍ତି କୁ ନେଇ ଟଙ୍କା ମାଗିବା ଘଟଣା ସମଗ୍ର ବଲାଙ୍ଗୀର ଜିଲ୍ଲା ରେ ବେଶ ଚର୍ଚ୍ଚା ର ବିଷୟ ସାଜିଛି । କିଛି ଦିନ ପୂର୍ବରୁ ଲକ୍ଷ୍ମୀ ବସ ରେ କଣ୍ଡକ୍ଟର ନିଯୁକ୍ତି ନେଇ ୨୫ ହଜାର ଟଙ୍କା ଲାଞ୍ଚ ମାଗିବା ଘଟଣା ପ୍ରଘଟ ହେବା ପରେ ଏନେଇ ଭିଡିଓ ଭାଇରାଲ ହେବା ପରେ , ଓ.ଏସ.ଆର.ଟିସି ର ମ୍ୟାନେଜର ଅମିତ କୁମାର ମିଶ୍ର ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଥାନାରେ ଏକ ମାମଲା ରୁଜୁ କରିଥିଲେ ।
ଆଜି ଟିଟିଲାଗଡ଼ ପୋଲିସ ଲକ୍ଷ୍ମୀ ବସ ରେ କଣ୍ଡକ୍ଟର ନିଯୁକ୍ତି ଆଳରେ ଠକେଇ କରି ୨୫ ହଜାର ଟଙ୍କା ଅସୁଲି କରୁଥିବା ଦୁଇ ଜଣ ଠକ ରାୟଗଡା ଗୁଣପୁର ର ସରୋଜ କୁମାର ଲିମା ଏବଂ କଣ୍ଟାବାଞ୍ଜି ର ବେନୁଗୋପାଳ ବେହେରା ଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ନଗଦ ୪୭୦୦ ଟଙ୍କା, ଏକ ମୋବାଇଲ ଫୋନ, ଏକ ବ୍ଲୁ ରଙ୍ଗର କାର ଜବତ କରିଛି ।
ତେବେ ସେଇ ଦୁଇ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ଟିଟିଲାଗଡ଼ ଏସ ଡି ପି ଓ ଅଙ୍କିତା କୁମ୍ଭାର ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି ।