Pratidin TV

Odisha's Digital News Platform

ୱାନ ନେସନ ୱାନ ରାସନ କାର୍ଡ କରିବା ନାଁରେ ଠକେଇ, ଜଣେ ଗିରଫ

ଭଞ୍ଜନଗର : ୱାନ ନେସନ ୱାନ ରାସନ କାର୍ଡ ଘର ଘର ବୁଲି କରିବା ପାଇଁ କହି ଜଣେ ଯୁବକଙ୍କୁ ଠକି ନେଲେ ୩୩ ଲକ୍ଷ ଟଙ୍କା । ତେବେ ଠକେଇର ଶିକାର ହୋଇଥିବା ଯୁବକ ଜଣକ ହେଲେ ତାରାସିଙ୍ଗି ଥାନା ଗାଲେରି ଗ୍ରାମର ତାରା ଶଙ୍କର ଗୌଡ଼ । ଏନେଇ ସେ ଥାନାର ଦ୍ୱାରସ୍ଥ ହୋଇଥିଲେ । ତାଙ୍କ ଏତଲା କୁ ଭିତ୍ତି କରି ଗଞ୍ଜାମ ତାରାସିଙ୍ଗି ପୋଲିସ ମହେଶ୍ୱର ସୁଆରକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତଙ୍କ ଜଣକ ଘର ସୋରଡ଼ା ଏନ ଏ ସି ରେ ହୋଇଥିବା ଜଣାପଡିଛି । କିଛି ବର୍ଷ ପୂର୍ବରୁ ମହେଶ୍ୱର ସୁଆର,ସ୍ତ୍ରୀ ସରିତାଞ୍ଜଳି ସୁଆର, ଶଳା ଗଣେଶ ସାବତ ମିଶି ଇସ୍ମା ସର୍ଭିସ ପଈଂଟ ନାମରେ ଏକ ସଂସ୍ଥା ଖୋଲିଥିଲେ ।

ଗଞ୍ଜାମ ଓ ରାୟଗଡା ଜିଲ୍ଲାରେ ଛଅ ମାସ ଧରି ସ୍ମାର୍ଟ କାର୍ଡ କରିବା ବାହାନାରେ ହିତାଧିକାରୀଙ୍କ ଠାରୁ ୬୦ ଟଙ୍କା ଲେଖାଏଁ ଆଦାୟ କରି ନେଇଥିଲା ସମ୍ପୃକ୍ତ ସଂସ୍ଥା ।ଏହି କାମରେ ମାସିକ ୧୨୦୦୦ ଟଙ୍କା ଦରମାରେ ୩୦ ଜଣ ଯୁବକ ଓ ଯୁବତୀଙ୍କୁ ନିଯୁକ୍ତି ଦେଇଥିଲେ । ତାରା ଶଙ୍କରଙ୍କ ଠାରୁ ନଗଦ ୮ ଲକ୍ଷ ରୁ ଉର୍ଦ୍ଧ ଟଙ୍କା ନେଇ ଥିଲେ । କାମ କରିବାର ଛଅ ମାସ ପରେ ବି କାହାରିକୁ ଟଙ୍କା ଟିଏ ମଧ୍ୟ ନ ଦେବାରୁ ସମ୍ପୃକ୍ତ ସଂସ୍ଥା ଉପରେ ସନ୍ଦେହ କରି ତାରାସିଙ୍ଗି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହି ଘଟଣା ର ତଦନ୍ତ କରି ମହେଶ୍ୱର ସୁଆର କୁ ଗିରଫ କରିଥିବା ବେଳେ ସମ୍ପୃକ୍ତ ଥିବା ଅନ୍ୟ ଦୁଇ ଜଣ ଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ ।

Leave a Reply

Your email address will not be published. Required fields are marked *