Pratidin TV

Odisha's Digital News Platform

ଉନ୍ନତିକରଣ ନାଁରେ ଚାଲିଛି ଠକାମୀ : ବର୍ଷାରେ ଧୋଇଗଲା ୬ କୋଟି ୪୯ ଲକ୍ଷର ରାସ୍ତା …

1 min read

ରାଜଗାଙ୍ଗପୁର : କେନ୍ଦ୍ର ସରକାରଙ୍କ ଅନୁମୋଦନରେ ପ୍ରତ୍ୟକ ଗାଁ କୁ ରାସ୍ତା ନିର୍ମଣା ପାଇଁ ଆସୁଛି ଲକ୍ଷ ଲକ୍ଷ ଟଙ୍କା । ଯାହାକୁ ହଡପ୍ କରି ଚଳୁ ବୁଲାଉଛନ୍ତି ଠିକାଦାର । ମୟୁରଭଞ୍ଜ ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଖବର ଅନୁଯାୟୀ ବାମନଘାଟି ଉପଖଣ୍ଡ ଵିଜାତଳା ବ୍ଲକ ଅନ୍ତର୍ଗତ ବଣ ପାହାଡ ଘେରା ଆଦିବାସୀ ଅଧ୍ୟୁଷିତ ମାଣିକପୁର ଗ୍ରାମ ପଂଚାୟତ, ମାଣିକପୁର ଗାଁ ମୁଣ୍ଡ ରେ ନିମ୍ନମାନର କଂକ୍ରିଟ କାମ ହୋଇଥିବା ଯୋଗୁଁ ରାସ୍ତାଟି ଶୋଚନୀୟ ହୋଇ ପଡ଼ିଛି।

ପାଟପୁର ଠାରୁ ବିଶୋଇ ପଞ୍ଚାୟତ ସମିତି ସୀମା, ଭାୟା-ବଳରାମପୁର, ପାଉଁଶିଆ ବନ୍ଧ ଗାଁକୁ ଦୀର୍ଘ ୧୦.୭୦ କିଲୋମିଟର ଦୈର୍ଘ୍ୟ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ କାର୍ଯ୍ୟ ବାବଦକୁ ୬ କୋଟି ୪୯ ଲକ୍ଷ ୩ ହଜାର ଟଙ୍କା ମଞ୍ଜୁର ହୋଇ ଗତ ୨୦୨୧ ମସିହା ନଭେମ୍ବର ମାସଠାରୁ ଆଜିଯାଏଁ ରାସ୍ତା କାମ ଚାଲିଛି। କିନ୍ତୁ ପ୍ରଧାନମନ୍ତ୍ରୀ ସଡ଼କ କାମଟି ଅତି ନିମ୍ନମାନର ହୋଇଥିବାରୁ ଦୁଇଦିନ ଧରି ହୋଇଥିବା ଲଗାଣ ବର୍ଷାରେ କଂକ୍ରିଟ ରାସ୍ତାଟି ଧୋଇ ହୋଇ ଯାଇଛି ।

Advertisement

ଖବର ନେବାରୁ ଜଣା ପଡିଛି ସିମେଣ୍ଟ କଂକ୍ରିଟ କାର୍ଯ୍ୟଟି ଠିକାଦାର ସନ୍ତୋଷ ଖଣ୍ଡେଲଓ୍ବାଲ ଓ ଗ୍ରାମ୍ୟ ନିର୍ମାଣ ବିଭାଗ, ରାଇରଙ୍ଗପୁରର ଅଧିକ୍ଷଣ ଯନ୍ତ୍ରୀଙ୍କର ମଧୁଚନ୍ଦ୍ରିକାରେ ଦିନ ବେଳା କଂକ୍ରିଟ କାର୍ଯ୍ୟ ନକରି ରାତିରେ ସିମେଣ୍ଟ କଂକ୍ରିଟ କାମ କରୁଥିବାରୁ ଢଳେଇ କାର୍ଯ୍ୟଟି ନିମ୍ନମାନର ହୋଇଥିବା କଥା ଗ୍ରାମବାସୀ ନିଜ ବିବୃତିରେ ସ୍ପଷ୍ଟ ଦାବୀ କରିଥିଲେ । ପ୍ରଧାନମନ୍ତ୍ରୀ ସଡ଼କ କାମ ନିମ୍ନମାନର ହୋଇଥିବା ସମ୍ପର୍କରେ ବିଜାତଳା ବ୍ଲକ ଉପାଧ୍ୟକ୍ଷା ରୂପିମଣି ଟୁଡୁ ଙ୍କ ସମେତ ସ୍ଥାନୀୟ ଅଞ୍ଚଳବାସୀ ଭୀମ ହାଁସଦା, ରାମଚନ୍ଦ୍ର ସୋରେନ, ମୁତକାମ ମୁର୍ମୁ, ରଘୁନାଥ ମାର୍ଣ୍ଡି, ଦୁର୍ଯୋଧନ ପାତ୍ର, ଜଗତଜିତ ମାଝୀ ପ୍ରମୁଖ ରାଇରଙ୍ଗପୁରସ୍ଥିତ ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକ୍ଷଣ ଯନ୍ତ୍ରୀଙ୍କୁ ଲିଖିତ ଭାବେ ଅବଗତ କରାଇଥିବା ଜଣା ପଡିଛି । ଯାହାକି ଏହି ରାସ୍ତା କାର୍ଯ୍ୟକୁ ତୁରନ୍ତ ଭଲଭାବରେ ନ କଲେ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବେ ସତ୍ତ୍ୱେ ରାସ୍ତା କାର୍ଯ୍ୟକୁ ବନ୍ଦ କରିବେ ବୋଲି ଚେତାବନୀ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *